fbpx

ଦିଲ୍ଲୀ ପରେ ଲକ୍ଷ୍ନୌର ସ୍କୁଲଗୁଡ଼ିକରେ ବୋମା ରଖାଯିବା ଧମକ; ସମାନ ଆଡ୍ରେସରୁ ଆସିଛି ମେଲ୍

Advertisement

ଲକ୍ଷ୍ନୌ: ଦିଲ୍ଲୀରେ ସ୍କୁଲକୁ ୧୫୦ରୁ ଅଧିକ ଧମକ ମିଳିବା ପରେ ଏବେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ସ୍କୁଲଗୁଡ଼ିକୁ ବୋମା ମାଡ଼ ଧମକ ମିଳିଛି। ଏବେ ଏହି ମାମଲାରେ ଏକ ବଡ ଖୁଲାସା ହୋଇଛି ଏବଂ ସେହି ଠିକଣାରୁ ଲକ୍ଷ୍ନୌର ସ୍କୁଲକୁ ମେଲ ପଠାଯାଇଥିବା ଜଣାପଡିଛି । ସୋମବାର ଲକ୍ଷ୍ନୌର ୩ଟି ସ୍କୁଲକୁ ବୋମା ମାଡ଼ ଧମକ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୋମା ଧମକ ମେଲ୍ ପାଇବା ପରେ ସ୍କୁଲ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲକୁ ବନ୍ଦ କରିଦେଇଥିଲା।

ସୂଚନା ମିଳିବା ମାତ୍ରେ ପୁଲିସ ପ୍ରଶାସନ ମଧ୍ୟ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସ୍କୁଲର ପୂରା ପରିସରଯାଞ୍ଚ କରିବା ପରେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା। ଦିଲ୍ଲୀ ଓ ଜୟପୁର ପରେ ଲକ୍ଷ୍ନୌର ସ୍କୁଲ ଓ ବିମାନବନ୍ଦରରେ ବୋମା ଧମକ ମିଳିବା ପରେ ଏଜେନ୍ସିମାନେ ତଦନ୍ତ ଜାରି ରଖିଛନ୍ତି। ଖବର ପାଇ ପିଲାମାନଙ୍କୁ ଘରକୁ ପଠାଇ ସ୍କୁଲର ପୂରା ପରିସରରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳିନଥିବା ପୁଲିସ କହିଛି। ସହରରେ ଆତଙ୍କ ଓ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଧମକପୂର୍ଣ୍ଣ ମେଲ୍ ପଠାଯାଇଥିବା ଜଣାପଡିଛି।

ପୋଲିସ ତଦନ୍ତରୁ ଏପର୍ଯ୍ୟନ୍ତ ରୁଷିଆ ର ସଂପୃକ୍ତି ସାମ୍ନାକୁ ଆସିଛି। ରୁଷିଆର ସର୍ଭରରୁ ସମସ୍ତ ସ୍କୁଲକୁ ମେଲ୍ ପଠାଯାଉଛି। ଏହା ପୂର୍ବରୁ ଦିଲ୍ଲୀ ସ୍କୁଲକୁ ପଠାଯାଇଥିବା ଧମକପୂର୍ଣ୍ଣ ମେଲରେ ମଧ୍ୟ ରୁଷ୍ ସଂଯୋଗ ଥିବା ଜଣାପଡ଼ିଥିଲା। ଏବେ ଲକ୍ଷ୍ନୌ ପୋଲିସ ଏହି ଘଟଣାର ତଦନ୍ତ ପାଇଁ ଭାରତ ସରକାରଙ୍କ ମାଧ୍ୟମରେ ଇଣ୍ଟରପୋଲର ସହାୟତା ନେବ। ଏସ୍ ଟିଏଫ୍ , ଏଟିଏସ୍ ଓ ଲକ୍ଷ୍ନୌ ପୁଲିସ ଟିମ୍ ଏହି ମାମଲାର ତଦନ୍ତରେ ନିୟୋଜିତ ଅଛନ୍ତି। ଏହା ସହ ସାଇବର ସେଲର ମଧ୍ୟ ସହାୟତା ନିଆଯାଉଛି ।

 

Get real time updates directly on you device, subscribe now.