fbpx
BSKY
BJD MC SKY
BJD MS SKY

ଘର ଭିତରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର (ଓଡିଶା ଭାସ୍କର): ଦମ୍ପତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ବନ୍ଦ ଘରୁ ମିଳିଛି ଉଭୟଙ୍କ ମୃତଦେହ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଠାବ ହୋଇଛି । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମୃତ ଦମ୍ପତ୍ତିଙ୍କର ବର୍ଷକ ତଳେ ବିବାହ ହୋଇଥିଲା । କୌଣସି ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମ୍ପତ୍ତିଙ୍କ ମୃତଦେହ ଜବତ କରିବା ସହ ଘଟଣାର ଛାନଭିନ୍ ଜାରି ରଖିଛି ।

ସୂଚନା ମୁତାବକ, ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିଶା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ ହୋଇଥିଲା। ଦୀପକ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା । ଅନ୍ୟପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯାତନା ଦେଉଥିବା ଝିଅର ବାପ ଘର ଲୋକ କହିଛନ୍ତି । ଅନିଶା ୬ ମାସ ‌ହେଲା ବାପ ଘରେ ରହୁଥିଲେ। ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହିଛନ୍ତି । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏପରି କରାଯାଇଥିବା ପୋଲିସ ଅନୁମାନ କରୁଛି ।

Get real time updates directly on you device, subscribe now.