fbpx

ଆଜି ଓ ଆସନ୍ତାକାଲି ବନ୍ଦ ରହିବ SBIର ଏହି ସେବା, ବ୍ୟାଙ୍କ ଟୁଇଟ୍ କରି ଦେଲା ସୂଚନା

ନୂଆଦିଲ୍ଲୀ: ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ୪୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି । ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଉଛି ଯେ, ବ୍ୟାଙ୍କ୍ ସମ୍ବନ୍ଧୀୟ ଯଦି କୌଣସି କାର୍ଯ୍ୟ ରହିଛି ତେବେ ତାକୁ ତୁରନ୍ତ ସାରିଦିଅନ୍ତୁ । କାରଣ ବ୍ୟାଙ୍କ୍ ର କିଛି ଜରୁରୀ ସେବା ଆଜି ଏବଂ ଆସନ୍ତାକାଲି ବନ୍ଦ ରହିବ । ଏସବିଆଇ ଟୁଇଟ୍ କରି ସୂଚନା ଦେଇଛି ଯେ, ସିଷ୍ଟମ୍ ମେଣ୍ଟନାନ୍ସ କାରଣରୁ ୧୬ ତାରିଖ ଏବଂ ୧୭ ତାରିଖ ଦିନ କିଛି ଜରୁରୀ ସେବା ବନ୍ଦ ରହିବ । ଏଥିମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍କ୍, ୟୋନୋ, ୟୋନୋ ଲାଇଟ୍ ଏବଂ UPI ସର୍ଭିସ୍ ସାମିଲ ରହିଛନ୍ତି ।

ସେବା ସବୁ ୧୬ ଏବଂ ୧୭ ଜୁଲାଇ ରାତି ୧୦ଟା ୪୫ ମିନିଟ୍ ସମୟରୁ ୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଉବଲବ୍ଧ ହେବ ନାହିଁ । ଏହା କରିବାର କାରଣ ହେଲା ୟୁପିଆଇ ପ୍ଲାଟଫର୍ମକୁ ଅପଗ୍ରେଡ କରାଯାଉଛି । ଯଦ୍ୱାରା ଗ୍ରାହକଙ୍କୁ ଉତ୍ତମ ସେବା ମିଳିପାରିବ । ତେବେ ଏଷହି ସମୟରେ UPI ଟ୍ରାଜାକ୍ସନ୍ ବନ୍ଦ ରହିବ ।

Get real time updates directly on you device, subscribe now.