fbpx

ଆସନ୍ତା ଶିକ୍ଷାବର୍ଷରୁ ୮ ରାଜ୍ୟର ୧୪ ଇଞ୍ଜିନିୟରିଂ କଲେଜକୁ ଅନୁମତି, ଏଣିକି ଓଡ଼ିଆ ସମେତ ୧୧ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ୮ଟି ରାଜ୍ୟର ୧୪ ଇଞ୍ଜିନିୟରିଂ କଲେଜକୁ ନୂତନ ଶିକ୍ଷାବର୍ଷରୁ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବାକୁ ଅନୁମତି ଦେଇଛି । ଏହି ନିଷ୍ପତ୍ତି ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)ର ବ୍ୟବସ୍ଥା ସହିତ ଅନୁରୂପ । ଏହି ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶର ୪, ରାଜସ୍ଥାନର ୨ ଏବଂ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ରହିଛି। ନୂଆ ଜାତୀୟ ଶିକ୍ଷାନୀତିରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାର ବ୍ୟବସ୍ଥା ରହିଛି । ଯାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ାଯିବ । ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ଼, ଗୁଜରାଟୀ, ମାଲାୟଲମ, ବଙ୍ଗଳା, ଅହମିୟା, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ବି.ଟେକ୍‌ ଶିକ୍ଷାଦାନ ପାଇଁ ଏଆଇସିଟିଇ ଅନୁମତି ଦେଇଛି । ୮ଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ନିର୍ଦ୍ଦିଷ୍ଟ ବିଷୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଶିକ୍ଷାଦାନ ପାଇଁ ହୋଇଥିବା ନିଷ୍ପତ୍ତିକୁ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.