fbpx

ଆଜି ଦ୍ୱିତୀୟ ଦିନିକିଆ: ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି

କଲମ୍ବୋ (ଓଡ଼ିଶା ଭାସ୍କର): ଶ୍ରୀଲଙ୍କା ବିପକ୍ଷ ଚଳିତ ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦମଦାର୍‌ ପ୍ରଦର୍ଶନ ସହ ବିଜୟ ଲାଭ କରି ଥିବାରୁ ଦ୍ୱିତୀୟ ମ୍ୟାଚରେ ପୁଣି ସଫଳ ହୋଇ ଆଗୁଆ ସିରିଜ କବ୍‌ଜା ଲକ୍ଷ୍ୟରେ ରହିଛି । ଆଜି ଘରୋଇ ଟିମ୍ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ସିରିଜକୁ ଫେରିବାକୁ ହେଲେ ମାନ୍ୟ ବିଜୟ କରିବାକୁ ପଡିବ।

ତେବେ ଟିମ୍ ଇଣ୍ଡିଆର ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ କୌଣସି ଖେଳାଳି ପରିବର୍ତ୍ତନ କରିବା ଯୋଜନା ନାହିଁ। ପ୍ରଥମ ମ୍ୟାଚରେ କେବଳ ମନିଷ ପାଣ୍ଡେ ଅନ୍ୟ ମାନଙ୍କ ତୁଳନାରେ ମନ୍ଥର ବ୍ୟାଟିଂ କରି ୪୦ ବଲରୁ ୨୫ ରନ କରିଥିବା ବେଳେ ଅନ୍ୟ ସମସ୍ତ ଖେଳାଳି ଯୋଜନା ମୁତାବକ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳକୁ ସହଜ ବିଜୟ ଦେଇଥିଲେ । ତେବେ ଏହି ସିରିଜ ପାଇଁ ଛଅ ଜଣ ନୂଆ ଖେଳାଳି ଦଳରେ ସ୍ଥାନ ପାଇଥିବା ଦୃଷ୍ଟିରୁ ସମସ୍ତେ ଖେଳିବା ପାଇଁ ଆଗ୍ରହୀ । ତେବେ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପରିବର୍ତ୍ତନ କରିବା ପାଇଁ ଦଳ ମ୍ୟାନେଜମେଣ୍ଟ ଚାହୁଁନାହିଁ । ଓପନର ପୃଥ୍ୱୀ’ଶ ,ଇଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବ ସେମାନଙ୍କର ଦକ୍ଷତା ପ୍ରତିାଦନ କରିଥିବା ବେଳେ ପୁଣି ଦ୍ୱିତୀୟ ମ୍ୟାଚରେ ଏହି ସଫଳ ଧାରା ବଜାୟ ରଖିବା ଲକ୍ଷ୍ୟ ରଖିଛନ୍ତି । ସେହିପରି ବୋଲରମାନେ ଦାୟିତ୍ୱ ସଠିକ ସମ୍ପାଦନ କରିଥିବାରୁ ସେମାନଙ୍କ ଉପରେ ଭରସା ରଖାଯିବ ।

Get real time updates directly on you device, subscribe now.