fbpx

ଭାରତ କରିଛି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍‌ ଟ୍ୟାପ୍‌, ପାକିସ୍ତାନ ଆଣିଲା ନୂଆ ଅଭିଯୋଗ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ସ୍ପାଏଓ୍ବେର ପେଗାସସ୍‌କୁ ନେଇ ଭାରତରେ ତୁମ୍ବି ତୋଫାନ ଦେଖାଦେଇଛି । ଏହା ଜରିଆରେ ଭାରତର ବିଭିନ୍ନ ଚର୍ଚ୍ଚିତ ରାଜନେତା ଏବଂ ସାମ୍ବାଦିକଙ୍କ ଫୋନ୍‌ ଟ୍ୟାପିଂ ହୋଇଥିବା ନେଇ ଦାବି କରାଯାଉଛି । ତେବେ ଏହି ବିବାଦ ମଧ୍ୟରେ ସ୍ପାଏଓ୍ବେର ମାଧ୍ୟମରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍‌ ଟ୍ୟାପ୍‌ ହୋଇଥିବା କୁହାଯାଉଛି । ଏହାକୁ ନେଇ ପାକିସ୍ତାନ ଏବେ ଭାରତ ଉପରେ ଅଭିଯୋଗ ଆଣିଛି।

ଇମ୍ରାନ ଖାନଙ୍କ ଫୋନ୍‌ ଟ୍ୟାପ୍‌କୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ କହିଛନ୍ତି, ‘ଭାରତ ଦ୍ବାରା କରାଯାଇଥିବା ହ୍ୟାକିଂ ସମ୍ପର୍କରେ ଆମେ ତଥ୍ୟ ସଂଗ୍ରହ କରୁଛୁ । ଥ​‌ରେ ଏନେଇ ସ୍ପଷ୍ଟ ହୋଇଯିବା ପରେ ଆମେ ଏହି ପ୍ରସଙ୍ଗକୁ ଉଚିତ ମଞ୍ଚରେ ଉପସ୍ଥାପନ କରିବୁ।’ ଏହା ପୂର୍ବରୁ ଚୌଧୁରୀ ଟ୍ବିଟ କରି ଭାରତ ସରକାର ଫୋନ୍‌ ଟ୍ୟାପ୍‌ ପାଇଁ ଇସ୍ରାଏଲ୍‌ ସଫ୍ଟଓ୍ବାୟର ବ୍ୟବହାର କରିବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.