fbpx

ରାଜ୍ କୁନ୍ଦ୍ରାଙ୍କ ଗିରଫଦାରୀକୁ ନେଇ ଏପରି କହିଲେ ପୁନମ୍ ପାଣ୍ଡେ, କହିଲେ- ମୁଁ ଏହି ମାମଲାର ଫାଇଦା….

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରଖିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାକୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି ଏହି ମାମଲାକୁ ନେଇ ବଲିଉଡ୍ ରେ ତୁମ୍ବିତୋଫାନ୍ ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ଆଡଲ୍ଟ ଷ୍ଟାର୍ ପୁନମ୍ ପାଣ୍ଡେ ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କୋର୍ଟ ରାଜ୍ ଙ୍କ ମୋବାଇଲ୍ କୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇବାକୁ ଆଦେଶ ଜାରି କରିଛି । ତେବେ ପୁନମ୍ ପାଣ୍ଡେ ଏନେଇ ମୁହଁ ଖୋଲିଥିବା ବେଳେ ପୂର୍ବରୁ ସେ ରାଜ୍ ଙ୍କ ନାମରେ ଠକେଇ ଅଭିଯୋଗ ଆଣିସାରିଛନ୍ତି । ସେ କହିଛନ୍ତି ଯେ, “ଏହି ସମୟରେ ସେ ଶିଳ୍ପା ଏବଂ ତାଙ୍କ ପିଲାଙ୍କ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ସେମାନେ କେଉଁ ଅବସ୍ଥା ଦେଇ ଗତି କରୁଥିବେ । ତେବେ ମୁଁ ଏହି ଘଟଣାରେ କୌଣସି ସୁଯୋଗ ଖୋଜିବା ଅପେକ୍ଷାରେ ନାହିଁ” ।

ସେ ଆଗକୁ କହିଛନ୍ତି ଯେ, “ଏଥର ମୁଁ ଏହି ମାମଲାରେ କିଛି ବି କହିବାକୁ ଚାହୁଁନି । କିନ୍ତୁ ଏତିକି କହିବି ଯେ, ମୁଁ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୁଲି୍ସ ପାଖରେ ଅଭିଯୋଗ କରିଛି । ତାଙ୍କ ବିରୋଧରେ ଠକେଇ ଏବଂ ଚୋରୀ ପାଇଁ ବମ୍ବେ ହାଇକୋର୍ଟରେ ବି ମାମଲା ରୁଜୁ କରିଛି । ମୋର ଏହି ମାମଲା ଏବେ ବିଚାରାଧୀନ ରହିଛି, ତେଣୁ ମୁଁ କିଛି ବି କହିବାକୁ ଚାହୁଁନି ” ।

Get real time updates directly on you device, subscribe now.