fbpx

ଦିଲ୍ଲୀରୁ ଫେରିବା ପରେ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୧୪ା୨: ଦିଲ୍ଲୀରୁ ଫେରିବା ପରେ ମହମ୍ମଦ ମୋକିମ ଆଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ନେଇ ସେଠାରେ ଆଲୋଚନା ହୋଇଛି । ଦିଲ୍ଲୀ ଗସ୍ତରେ ସଙ୍ଗଠନ ସମ୍ପାଦକଙ୍କୁ ଭେଟିଥିଲେ ବୋଲି ମୋକିମ କହିଛନ୍ତି । ଓଡ଼ିଶାରେ ସଙ୍ଗଠନ ମଜଭୁତ ନେଇ ଆଲୋଚନା ହୋଇଛି । ପିସିସି ସଭାପତି ପରିବର୍ତ୍ତନ ନେଇ ସେଠାରେ କୌଣସି ପ୍ରକାର ଆଲୋଚନା ହୋଇନି । ଏହାସହ ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ ଆଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ହେବ ଦିଲ୍ଲୀ ଗସ୍ତରେ ଥିଲେ ମୋକିମ ।
ସେହିପରି ଗତକାଲି ପିସିସି ସଭାପତି ପଦ ପରିବର୍ତ୍ତନ ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ପଦ ଏକ ସ୍ଥାୟୀ ପଦ ନୁହେଁ ବୋଲି ନିରଞ୍ଜନ କହିଥିଲେ । ଏହାସହ ମୋକିମଙ୍କ ଦିଲ୍ଲୀ ଗସ୍ତ ନେଇ ଜାଣିନଥିବା କହିଥିଲେ ନିରଞ୍ଜନ ।

Get real time updates directly on you device, subscribe now.