fbpx

ଦୋଷ ମାନିଲେ ଅନୁପ ସାଏ: ରାୟଗଡ଼ ଏସପି

ଭୁବନେଶ୍ୱର, ୧୪ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ଗିରଫକୁ ନେଇ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂ ଏକ ସାମ୍ମାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ୨୦୧୬ ମସିହାର ଡବଲ ମର୍ଡ଼ର ମାମଲାରେ ପୋଲିସ ଅନୁପ ସାଏଙ୍କୁ ଗିରଫ କରିଥିଲା । ଗତକାଲି ତାଙ୍କୁ ପଚରାଉଚରା କରିବାରୁ ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ଓଡ଼ିଶା ସୀମାନ୍ତରୁ ଜବତ ମୃତଦେହକୁ ଚିହ୍ନଟ କରିବା ଏକ ପ୍ରକାର ଚାଲେଞ୍ଜ ଥିଲା । ପ୍ରାୟ ବର୍ଷକ ପରେ ଦୁଇ ମୃତଦେହକୁ ଚିହ୍ନଟ କରାଯାଇଥିଲା । ମୃତକଙ୍କ କଲ୍ ଡିଟେଲସ ଯାଞ୍ଚ ପରେ ଅନୁପ ସନ୍ଦେହ ଘେରକୁ ଆସିଥିଲେ । ପ୍ରାୟ ୬ମାସ ଧରି ଅନୁପଙ୍କ ଉପରେ ନଜର ରଖିଥିଲା ଛତିଶଗଡ଼ ପୋଲିସ । ପୋଲିସର ବାରମ୍ବାର ନୋଟିସ ସତ୍ତେ୍ୱ ମଧ୍ୟ ହାଜର ହେଉନଥିଲେ ଅନୁପ । ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନିନଥିବା କହିଥିଲେ ଅନୁପ । ୨୦୦୫ ମସିହାରେ ମୃତ କଳ୍ପନାକୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ପରେ କଳ୍ପନାଙ୍କ ସମ୍ପର୍କରେ ଅନୁପ ଆସିଥିଲେ । ଭୁବନେଶ୍ୱରରେ ଅନୁପ ସାଏଙ୍କ ସହ ରହୁଥିଲେ କଳ୍ପନା । ବିବାହ ପାଇଁ କଳ୍ପନା ଚାପ ପକାଇବାରୁ ରାୟଗଡ଼ରେ ବିବାହ କରିବା କହି ହତ୍ୟାର ଷଡ଼ଯନ୍ତ୍ର ସେ ରଚିଥିଲେ । ରାୟଗଡ଼ ଯିବା ବାଟରେ ଜଙ୍ଗଲରେ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିଲେ । ପରେ ଡ୍ରାଇଭର ସହ ମିଶି ମୃତଦେହ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କ ଢ଼ାବା କର୍ମଚାରୀ ଦେଖିଥିଲେ । ଏହାସହ ୨୦୧୧-୧୬ କଳ୍ପନା ଅନୁପଙ୍କ ସହ ରହିବା ପରେ ମଧ୍ୟ ନିଖୋଜ ନେଇ କୌଣସି ଏତଲା ସେ ଦେଇନଥିଲେ । ଯାହା ସନ୍ଦେହ ସୃଷ୍ଟି ହୋଇଥିଲା ।

Get real time updates directly on you device, subscribe now.