fbpx

ଟ୍ରାଫିକ ଭିଡ଼ ଯୋଗୁଁ ଆମ୍ବୁଲାନ୍ସରେ ଶିଶୁର ମୃତ୍ୟୁ, ପୋଲିସ କମିସନରଙ୍କ ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୪ା୨(ଓଡ଼ିଶା ଭାସ୍କର): ଟ୍ରାଫିକ ଭିଡ଼ରେ ଫସି ଆମ୍ବୁଲାନ୍ସରେ ଶିଶୁର ମୃତ୍ୟୁ ଘଟଣାକୁ ନେଇ ପୋଲିସ କମିସନର ଆଜି ସ୍ପଷ୍ଟୀକରଣ ରଖିଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରି କମିସନର ଏହି ଘଟଣାର ନୂଆ ତଥ୍ୟ ଦେଇଛନ୍ତି । ରାଜଭବନ ଛକରୁ କିମ୍ସ ଯିବାକୁ ୨୨ମିନିଟ୍ ୩୮ ସେକେଣ୍ଡ ଲାଗିଥିଲା । ଏଜି ଛକ ଦେଇ ସେଦିନ ଆମ୍ବୁଲାନ୍ସ ଯାଇନଥିବା କହିଛନ୍ତି କମିସନର । ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସହ ଟ୍ୱିଟ କରିଛନ୍ତି କମିସନର ସୁଧାଂଶୁ ଷଡ଼ଙ୍ଗୀ ।
ଉଲ୍ଲେଖଯୋଗ୍ୟ ଯେ ଗତ ୧୧ତାରିଖ ଦିନ ୫ବର୍ଷର ଏକ ଶିଶୁ ପୁତ୍ରର ପ୍ରବଳ ବାନ୍ତି ହେବାରୁୂ ପରିବାର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ପରେ ତାର ଅବସ୍ଥା ଗୁରୁତର ହେବାରୁ କଟକ ଏସସିବିକୁ ଡ଼ାକ୍ତର ରେଫର କରିଥିଲେ । ଏସସିବି ନନେଇ ପରିବାର ଲୋକେ ତାକୁ ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେଉଥିଲେ । ଯିବା ବାଟରେ ଟ୍ରାଫିକ ଭିଡ଼ରେ ଫସି ଶିଶୁ ପ୍ରାଣ ହରାଇଥିବା ଶିଶୁର ବାପା ଅଭିଯୋଗ କରିଥିଲେ । ଘଣ୍ଟାଏ ଧରି ଟ୍ରାଫିକ ଭିଡ଼ରେ ଆମ୍ବୁଲାନ୍ସ ଫସିଥିବା ଏବଂ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.