fbpx

କରୋନା ଡର: ଚୀନରୁ ଫେରିଥିବା କର୍ମଚାରୀଙ୍କୁ ଗୁଳି କଲା ଉତ୍ତର କୋରିଆ

ପ୍ୟୋନଗ୍ୟାଙ୍ଗ,୧୪ ।୨: ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଶାସନ ବ୍ୟବସ୍ଥା ସମସ୍ତଙ୍କଠାରୁ ଭିନ୍ନ । ଏଠାରେ ଛୋଟ ଭୁଲ ପାଇଁ ବି ଦୋଷୀକୁ ଫାଶୀ ଦିଆଯାଏ । କରୋନା ଭାଇରସ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସାରା ଦେଶ ଚିନ୍ତିତ ଥିବା ବେଳେ ଉତ୍ତର କୋରିଆରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଚୀନରୁ ଫେରିଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛି ଉତ୍ତର କୋରିଆ ।

ତେବେ ମିଳିଥିବା ସୂଚନା ମୁତାବକ, ଚୀନରୁ ଫେରିଥିବା ଅଧିକାରୀଙ୍କୁ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଆଇସୋଲେସନ ସେଣ୍ଟରରେ ଅଲଗା ରଖାଯାଇଥିଲା । କିନ୍ତୁ ଅଧିକାରୀ ଜଣକ ଭୁଲରେ ସର୍ବସାଧାରଣଙ୍କ ବାଥରୁମ୍ ବ୍ୟବହାର କରିଥିଲେ, ଯାହା ଫଳରେ ତାଙ୍କୁ ନିଜ ଜୀବନ ହରାଇବାକୁ ପଡିଲା । ସର୍ବସାଧାରଣଙ୍କ ବାଥରୁମ୍ ବ୍ୟବହାର କରି କରୋନା ଭାଇରସର ସଂକ୍ରମଣ ବ୍ୟାପିବା ଓ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ପରେ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.