fbpx

କଣ ଆପଣ ବି କେମିକାଲ୍ ମିଶିଥିବା ବିଷାକ୍ତ ଆମ୍ବ କିଣୁଛନ୍ତି କି? ଏହିପରି ଭାବରେ ଚିହ୍ନଟ କରନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଖରା ଦିନରେ ଲୋକମାନେ ଆମ୍ବ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଏହି ସମୟରେ ବଜାରରେ ଅଧିକାଂଶ ଆମ୍ବ ଦେଖିବାକୁ ମିଳିଥିଲା । ତେବେ ଆମେ ସମସ୍ତେ ଜାଣିଛୁ ଯେ, କେମିକାଲ୍ ମିଶିଥିବା ଆମ୍ବ ଏବଂ ଗଛର ଆମ୍ବ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । ଅନେକ ସମୟରେ ଆମ୍ବକୁ ଖୁବ୍ ଶୀଘ୍ର ପଚାଇବା ପାଇଁ କେମିକାଲ୍ ର ବ୍ୟବହାର କରନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ । ଉପରୁ ଦେଖାଯାଉଥିବା ଏହି ଆମ୍ବ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ ।
ବଜାରରେ ଉବଲବ୍ଧ କରାଯାଉଥିବା ଆମ୍ବରେ କେମିକାଲ ମିଶିଛି କି ନାହିଁ ତାହା ଆପଣ କିପରି ଜାଣିବେ? କିପରି ଜାଣିବେ କେଉଁ ଆମ୍ବ ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ? ଏହା ଜାଣିବା ପାଇଁ ଅନେକ ଉପାୟ ରହିଛି । ତେବେ ଚାଲନ୍ତୁ ଜାଣିବା କଣ ଏହି ଉପାୟ ।

ଆମ୍ବରେ ଫାଇବର, ଭିଟାମିନ୍ ସି, ଭିଟାମିନ୍ ଏ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଅନେକ ଖଣିଜ ପଦାର୍ଥ ରହିଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିନ୍ତୁ ବେଳେବେଳେ ଆମ୍ବକୁ କେମିକାଲ୍ ବ୍ୟବହାର କରାଯାଇ ବିକ୍ରି କରାଯାଏ । ସାଧାରଣଃ, ରାସାୟନିକ ପଦାର୍ଥରେ ରନ୍ଧା ହୋଇଥିବା ଆମ୍ବରେ ରସ ନଥାଏ । ବଜାରରେ ଆମ୍ବ ଚାହିଦା ବଢୁଥିବାରୁ ଦେଶର ଅନେକ ସହରରେ ଏହି ଫଳକୁ ନକଲି ଉପାୟରେ ପଚାଯାଉଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏଥିରେ କ୍ୟାଲସିୟମ୍ କାର୍ବାଇଡ୍ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହୃତ କରାଯାଏ । ଆମ୍ବକୁ ପାଚିବା ପାଇଁ ଏହାକୁ କ୍ୟାଲସିୟମ୍ କାର୍ବାଇଡ୍ ପ୍ୟାକେଟ୍ ସହିତ ରଖାଯାଏ । ଯେତେବେଳେ ଏହି ରାସାୟନିକ ଆର୍ଦ୍ରତା ସଂସ୍ପର୍ଶରେ ଆସେ, ଏସିଟିଲିନ୍ ଗ୍ୟାସ୍ ସୃଷ୍ଟି ହୁଏ । ଏହାକୁ ନାଚୁରାଲ୍ ଉପାୟରେ ପଚାଇବାକୁ ବ୍ୟବହାର କରାଯାଇଥାଏ ।

ତେବେ ଖାଲି ଆମ୍ବ ନୁହେଁ ବରଂ ଅନେକ ପ୍ରକାରର ଫଳକୁ ପଚାଇବା ପାଇଁ ଏହି ରାସାୟନିକ ପଦାର୍ଥକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଏଫଏସଏସଆଇ ପକ୍ଷରୁ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହାର କରି ଫଳ ପଚାଇବାକୁ ବ୍ୟାନ୍ କରନ୍ତି । ଏହା ସତ୍ତେ୍ୱ କିଛି ଲୋକଙ୍କୁ ବେଆଇନ୍ ଭାବେ ବ୍ୟବହାର କରାଯାଉଛି । ଏହି ରସାୟନ ପଦାର୍ଥ ଯୁକ୍ତ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଯେପରିକି ମୁଣ୍ଡ ବୁଲାଇବା, ନିଦ ନଆସିବା ଓ ସ୍ମୃତି ଶକ୍ତି କମିଯିବା ଏପରି ଅନେକ କିଛି ।

କ୍ୟାଲସିୟମ୍ କାର୍ବାଇଡ୍ ଶରୀରର ନର୍ଭସ୍ ସିଷ୍ଟମ୍ ଉପରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଫଳର ଗୁଣବତ୍ତା କମିଯାଇଥାଏ । ଏଥିସହ ଏହାର ପ୍ରାକୃତିକ ମିଠା କମିଯାଇଥାଏ । ତେଣୁ ଜରୁରୀ ଯେ, ଆପଣ ମାନେ ଏହିପରି ଆମ୍ବ ଠାରୁ ଦୂରରେ ରୁହନ୍ତୁ ଏବଂ ଗଛରେ ଫଳିଥିବା ଆମ୍ବ ଖାଆନ୍ତୁ । କେମିକାଲ ମିଶିଥିବା ଆମ୍ବ ଖୁବ୍ ଶୀଘ୍ର ସଢ଼ିବାକୁ ଲାଗିଥାଏ । ସେହିପରି ଆମ୍ବକୁ ପାଣିରେ ପକାଇ ଦେଖନ୍ତୁ ଯଦି ଆମ୍ବ ପାଣି ଭିତରକୁ ପଶିଯାଉଛି । ତେବେ ତାହା ହେଉଛି ଭଲ ଆମ୍ବ । ଆଉ ଯଦି ଏହା ପାଣିରେ ଭାସେ ତେବେ ତାହା ହେଉଛି କେମିକାଲ୍ ଯୁକ୍ତ ଆମ୍ବ । ଏଥିରେ ଅଧିକ ରସ ନଥାଏ । ଖୁବ୍ କମ୍ ରସ ଥାଏ ।

Get real time updates directly on you device, subscribe now.