fbpx

ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟ୍ରାଏଲ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ୨ରୁ ୬ ବର୍ଷର ଶିଶୁଙ୍କ ଉପରେ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସନର ଦ୍ୱିତୀୟ ଡୋଜ୍ ଟ୍ରାଏଲ୍ ଆରମ୍ଭ ହେବ । ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥା ବା ଏମ୍ସ ପରୀକ୍ଷଣ ଆରମ୍ଭକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଏହା ପୂର୍ବରୁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଥିଲେ ଯେ, ସେପ୍ଟେମ୍ବର ମାସରେ ଶିଶୁଙ୍କ ପାଇଁ ଟିକା ଉପଲବ୍ଧ ହେବ ।

ତେବେ ଉପରୋକ୍ତ ବର୍ଗର ପିଲାମାନେ କୋଭାକ୍ସିନର ପ୍ରଥମ ଡୋଜ୍ ଟିକା ନେଇସାରିଛନ୍ତି । ଏମ୍ସ ଦିଲ୍ଲୀ ହେଉଛି ୧୮ ବର୍ଷରୁ କମ୍ ଟିକା ପାଇଁ ଏକ ପରୀକ୍ଷା କେନ୍ଦ୍ର । ଦିଲ୍ଲୀର ଏମ୍ସରେ ୬ ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ ଦିଆସରିଛି ।

ଏମ୍ସରେ ଶିଶୁଙ୍କୁ ବିଭିନ୍ନ ଶ୍ରେଣୀରେ ବାଣ୍ଟି ଟିକାର ପରୀକ୍ଷଣ କରୁଛି । ଏଥିରେ ପ୍ରତ୍ୟେକ ବୟସର ୧୭୫ ଶିଶୁଙ୍କୁ ସାମିଲ କରାଯାଇଛି । ସମସ୍ତ ଶିଶୁଙ୍କ ଉପରେ ଟିକା ପରୀକ୍ଷଣ କରିବା ପରେ ଅଗଷ୍ଟ ଶେଷ ସୁଦ୍ଧା ଫଳାଫଳ ଆସିଯିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.