fbpx

ଆସନ୍ତା ବର୍ଷରୁ ପ୍ଲାଷ୍ଟିକ ଦ୍ୱାରା ନିର୍ମିତ ହେଉଥିବା ଏହିସବୁ ଜିନିଷ ହୋଇଯିବ ବ୍ୟାନ୍, ଜାଣନ୍ତୁ କଣ

ନୂଆଦିଲ୍ଲୀ: ୨୦୨୨ ଜାନୁଆରୀ ୧ ତାରିଖରୁ ଆଇସକ୍ରିମ୍ ଓ କ୍ୟାଣ୍ଡିରେ ଲାଗିଥିବା ଷ୍ଟିକ୍ ସହିତ ଏକକ ବ୍ୟବହାର ପ୍ଲାଷ୍ଟିକ୍ ର ଅନେକ ଗୁଡ଼ିଏ ସାମାନକୁ ବ୍ୟାନ୍ କରିଦିଆଯିବ । ଶୁକ୍ରବାର ସଂସଦରେ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହା ବ୍ୟତୀତ ପ୍ଲାଷ୍ଟିକ୍ ରେ ତିଆରି ହୋଇଥିବା କପ୍, ଗ୍ଲାସ୍ ଭଳି ଜିନିଷ ଉପରେ ଆସନ୍ତା ବର୍ଷ ଠାରୁ ପ୍ରତିବନ୍ଧକ ଲଗାଯିବ । କାରଣ ଏସବୁର ବ୍ୟବହାର ଅଧିକ କରାଯାଉଛି ।

ଏକକ ବ୍ୟବହାର ପ୍ଲାଷ୍ଟିକର ନିଷେଧାଦେଶ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ପରିବେଶ ମନ୍ତ୍ରୀ ଅଶ୍ୱନୀ ଚୌବେ କହିଛନ୍ତି ଯେ ଚଳିତ ବର୍ଷ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଦିଷ୍ଟ ଭାବରେ ଚିହ୍ନଟ କରାଯାଇଥିବା ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ବଣ୍ଟନ ଏବଂ ବ୍ୟବହାର କୁ ୨୦୨୨ ଜାନୁଆରୀ ୧ ତାରିଖରୁ ବ୍ୟାନ୍ କରିଦିଆଯିବ ।

ପ୍ଲାଷ୍ଟିକ୍ ଦ୍ୱାରା ତିଆରି କରାଯାଉଥିବା ବେଲୁନ୍ ଷ୍ଟିକ୍, କାନ ସଫା କରାଯାଉଥିବା ଷ୍ଟିକ୍, ଚକଲେଟ୍ ଓ ଆଇସକ୍ରିମ୍ ରେ ବ୍ୟବହାର ହେଉଥିବା ଷ୍ଟିକ୍, ଚାମଚ, ପ୍ଲେଟ୍, ଚାକୁ, କଣ୍ଟେନର୍, ଘୋଡ଼ଣୀ, ଟ୍ରେ ଆଦି ଉପରେ ନିଷେଧାଦେଶ ଜାରି କରାଯିବ ।

Get real time updates directly on you device, subscribe now.