fbpx

ସୁନ୍ଦରୀ ଏଲିସଙ୍କ ଜିଭରେ ରହିଛି ଅଦ୍ଭୁତ ଶକ୍ତି; ଫ୍ୟାନ ଅଟକାଇ ଗିନିଜ ବୁକରେ ସାମିଲ

ନୂଆଦିଲ୍ଲୀ: ଦୁନିଆରେ ଅଜବ କାରନାମା ପାଇଁ ବିଭିନ୍ନ ଲୋକ ପ୍ରତିଷ୍ଠା ହାସଲ କରିଛନ୍ତି । ଏପରି କ୍ଷେତ୍ରରେ ଅଷ୍ଟ୍ରେଲିଆର ଜନୈକ ମହିଳା ଏକ ଅଜବ ରେକର୍ଡ କରିବା ସହିତ ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି । ୬୫ କିମି ପ୍ରତି ଘଣ୍ଟା ବେଗରେ ବୁଲୁଥିବା ଫ୍ୟାନକୁ ହାତରେ ରୋକିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । ତେବେ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ଅଷ୍ଟ୍ରେଲୀୟ ମହିଳା ଜୋ ଏଲିସ୍ । ତେବେ ଏଲିସ ନିଜ ହାତ ନୁହେଁ ବରଂ ଜିଭ ସାହାଯ୍ୟରେ ଫ୍ୟାନକୁ ରୋକିବାରେ ସମର୍ଥ ହେଉଛନ୍ତି ।

ଜୋ ଏଲିସ ନାମକ ଏହି ମହିଳା ଜଣଙ୍କର ଏଭଳି ଅଜବ କାରନାମାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏହି ଭିଡିଓ ଦେଖିଲେ ଆପଣଙ୍କ ଆଖି ମଧ୍ୟ ଖୋସି ହୋଇଯିବ । ପୂର୍ଣ୍ଣ ସ୍ପିଡରେ ବୁଲୁଥିବା ଫ୍ୟାନକୁ କେବଳ ନିଜ ସାହାଯ୍ୟରେ ଅଟକାଇ ଦେଉଛନ୍ତି ଏହି ମହିଳା । ଏଭଳି କରିବା ଦ୍ୱାରା ଏଲିସଙ୍କ ଜିଭ କଟିଯିବାର ଡର ମଧ୍ୟ ରହୁଛି, ମାତ୍ର ଫ୍ୟାନକୁ ରୋକି ସମସ୍ତଙ୍କୁ ଚମକ୍ରୃତ କରି ଦେଉଛନ୍ତି ଏଲିସ୍ । ଗିନିସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡ଼ିଓ ଶେୟାର କରାଯାଇଥିଲା । ସବୁଠାରୁ ଅଧିକ ଫ୍ୟାନକୁ ଜିଭରେ ରୋକିବାର ରେକର୍ଡ ନିଜ ନାମରେ କରି ଗିନିଜ ବୁକରେ ସାମିଲ ହୋଇଛନ୍ତି ଏଲିସ୍ ।

Get real time updates directly on you device, subscribe now.