fbpx

ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ କୋମଲ

ନୂଆଦିଲ୍ଲୀ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ହରିୟାଣାର କୋମଲ୍ । ଯୁବ ଭାରତୀୟ କୁସ୍ତିଯୋଦ୍ଧା କୋମଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୂର୍ବରୁ ଯୁବ ରେସଲର ପ୍ରିୟ ମଲିକ ଏବଂ ତନ୍ନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତ ୧୩୯ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆମେରିକା ୧୪୯ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ବଜାୟ ରଖିଛି ।

ହଙ୍ଗେରୀର ବୁଦାପେଷ୍ଟରେ ଖେଳା ଯାଇଥିବା ବିଶ୍ୱ କ୍ୟାଡେଟ କୁସ୍ତି ଚାମ୍ପିୟନଶିପରେ ଭାରତୀୟ ଖେଳାଳିଙ୍କ ଜୟଯାତ୍ରା ଅବ୍ୟାହତ ରହିଛି । ୭୩ କିଗ୍ରା ବର୍ଗରେ ପ୍ରିୟା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୩ କିଗ୍ରା ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ ତନ୍ନୁ । ୪୬ କିଗ୍ରା ବର୍ଗରେ କୋମଲ ଆଜାରବୈଜାନର ମାମ୍ମାଡୋଭା ରୁଜାନ୍ନାଙ୍କୁ ପରାସ୍ତ କରିଥିଲେ । ଅପରପକ୍ଷରେ ଗ୍ରୀକୋ ରୋମାନ୍ ବର୍ଗରେ ଅଙ୍କିତ ଗୁଲିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ବର୍ଗରେ ୩ ସ୍ୱର୍ଣ୍ଣ ବ୍ୟତିତ ଅନ୍ତିମ ଓ ବର୍ଷା ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.