fbpx

ଏସିଏଫ୍‌ ସୌମ୍ୟରଞ୍ଜନ ମର୍ଡର ମିଷ୍ଟ୍ରି: ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ୍‌ର ରୁମ୍‌ ନମ୍ବର-୧କୁ ସିଲ୍ କଲା ପୋଲିସ, ଖିଅ ଖୋଜୁଛି ଟିମ୍

ବଲାଙ୍ଗିର, (ଭାସ୍କର ନ୍ୟୁଜ୍‌): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସ ରବିବାର ବଲାଙ୍ଗିର ଲର୍କିାଲି ଏଲ୍‌ଆଇ ଟ୍ରେନିଂ ସେଣ୍ଟରରେ ପହଞ୍ଚି ତଦନ୍ତ କରିଛି । ଟ୍ରେନିଂ ସେଣ୍ଟର ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ପୋଲିସ ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ଆୟୋଜନ ନେଇ ପଚରା ଉଚରା କରିଛି । ଏହାସହ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍‌ ନମ୍ବର-୧କୁ ସିଲ୍‌ କରିଛି ପୋଲିସ ।

ସୌମ୍ୟରଞ୍ଜନଙ୍କ ମା’ ପୋଲିସ୍‌କୁ ଦେଇଥିବା ବୟାନ ଅନୁସାରେ ବାହାଘର ପରେ ବୋହୂ ବିଦ୍ୟାଭାରତୀ ବଲାଙ୍ଗିରରେ ଏକ ବ୍ୟାଚଲର ପାର୍ଟି ଦେଇଥିଲେ। ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ । କିନ୍ତୁ ବଲାଙ୍ଗିରରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ । ସୌମ୍ୟରଞ୍ଜନ ସେଠାରୁ ଫେରି ଆସିବା ପରେ ତାଙ୍କ ପାଖକୁ ଏକ ମେସେଜ୍‌ ଆସିଥିଲା । ବିଦ୍ୟାଭାରତୀ ସେହି ମେସେଜରେ ଟଙ୍କା ପଠାଇବାକୁ କହିଥିଲେ । ହେଲେ ଟଙ୍କା ନଥିବା ସୌମ୍ୟରଞ୍ଜନ କହିଥିଲେ। କିନ୍ତୁ ଟଙ୍କା ନ ପଠାଇଲେ କିଛି ଫଟୋ ପଠାଇବେ ବୋଲି ବୋହୂ ଧମକ ଦେଇଥିଲେ । ଆଉ ତା’ ପରେ ପରେ ଏକ ଫଟୋ ସୌମ୍ୟରଞ୍ଜନଙ୍କ ମୋବାଇଲ୍‌କୁ ଆସିଥିଲା ।

ସେଥିରେ ବୋହୂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କୁଣ୍ଢେଇ ଧରିଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ଏବେ ବି ସୌମ୍ୟରଞ୍ଜନଙ୍କ ମୋବାଇଲ୍‌ରେ ଅଛି ବୋଲି ତାଙ୍କ ମାମୁ କହିଛନ୍ତି । ବଲାଙ୍ଗିରରେ ବ୍ୟାଚ୍‌ଲର ପାର୍ଟି କରିବା ଅବସରରେ ବିଦ୍ୟାଭାରତୀ କେଉଁଠି ରହିଥିଲେ ଓ ସେଠାରେ କ’ଣ ଘଟିଥିଲା ପୋଲିସ ତଦନ୍ତ କରୁ ବୋଲି ସୌମ୍ୟରଞ୍ଜନଙ୍କ ମାମୁଁ ଦାବି କରିଥିଲେ ।

Get real time updates directly on you device, subscribe now.