fbpx

IAS ଅଫିସରଙ୍କ ନାମରେ ଦୁର୍ନୀତି ଅଭିଯୋଗ, ଲୁଟିଛନ୍ତି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭୋପାଳ ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆର୍ଥିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରେ ମାମଲା ଦାୟର ହୋଇଥିବା ଜଣାପଡ଼ିଛି । ତେବେ ଏହି ହଡ଼ପ ଘଟଣାରେ ରାଜ୍ୟର ଦୁଇଜଣ ଆଇଏଏସ ଅଧିକାରୀଙ୍କ ନାମ ସାମନାକୁ ଆସିଛି ।

ସୂଚନା ଅନୁଯାୟୀ, ଟିଟି ନଗର ଅଞ୍ଚଳରେ ସ୍ମାର୍ଟ ସିଟି ପ୍ରୋଜେକ୍ଟ କାର୍ଯ୍ୟ ଜାରି ରହିଥିବାରୁ ଉକ୍ତ ଅଞ୍ଚଳରେ ୧୫୦୦ କୋଟି ଟଙ୍କାର ୧୦୦ ଏକର ଜମି ବିକ୍ର ହେବାର ଥିଲା । ଏଥିମଧ୍ୟରୁ କିଛି ଜମି ଭୋପାଳ ସ୍ମାର୍ଟ ସିଟି ଲିମିଡେଟ କମ୍ପାନୀ ଦ୍ୱାରା ପୂର୍ବରୁ ନିଲାମ କରାଯାଇଥିଲା । ତେବେ ନିଲାମ ପୂର୍ବରୁ ଜମିରେ ନିର୍ମାଣ କାର୍ଯ୍ୟ କରିବାର ସର୍ତ୍ତ ରହିଥିଲା । ମାତ୍ର ନିଲାମ ପରେ ପୁଣି ଉକ୍ତ ସର୍ତ୍ତକୁ ପରିବର୍ତ୍ତନ କରାଯାଇଥିଲା । କିଛି ଅଧିକାରୀ ବିଲ୍ଡରଙ୍କ ସହ ମିଶି ଏହି ଜମି ହାତେଇ ନେଇଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ଯାଞ୍ଚ ଜାରି ରହିଥିବା ବେଳେ ଯିଏ ଦୋଷୀ ସାବ୍ୟସ୍ତ ହେବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ଏହି ଜମି ନିଲାମୀକୁ ନେଇ ଇଓଡବ୍ଲ୍ୟୁ ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କର ବୟାନ ରେକର୍ଡ କରିବ । ଏଥିପାଇଁ ଖୁବଶୀଘ୍ର ନୋଟିସ୍ ଜାରି କରିବ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଏଫଆଇଆର ଦାୟର ହୋଇନଥିବା ବେଳେ ଯାଞ୍ଚ ଓ ତଥ୍ୟକୁ ଭିତ୍ତି କରି ଇଓଡବ୍ଲ୍ୟୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.