fbpx

ମାଗିଥିଲେ ମାତ୍ର ଶହେ ଟଙ୍କା, ସ୍ତ୍ରୀକୁ ମନା କରିଦେବାରୁ ଅତ୍ମହତ୍ୟା କଲେ ସ୍ୱାମୀ 

ବୁଗୁଡ଼ା,(ଭାସ୍କର ନ୍ୟୁଜ୍) : ମଦ ଉଜାଡ଼ି ଦେଲା ପରିବାର । ନବ ବିବାହିତାର ମଥାରୁ ଲିଭିଗଲା ସିନ୍ଦୂର । ମାତ୍ର ଶହେ ଟଙ୍କା ପାଇଁ  ଜୀବନ ହାରିଲେ ସ୍ୱାମୀ  । ଏଭଳି ଏକ ଅଭାବନୀୟ ଘଟଣା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଘଟିଛି । ମୃତକ ନୂଆଁବନ୍ଧ ସାହିର ଭାସ୍କର ପଲେଇଙ୍କ ମଝିଆ ପୁଅ ନିରାକାର (୨୪) ବୋଲି ଜଣାପଡିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦତନ୍ତ ଚଳାଇଛି ।

ସୂଚନା ମୁତାବିକ, ୩ ମାସ ତଳେ ପୋଲସରା ଥାନା ଅଧୀନରେ ନିରାକାର ବିବାହ କରିଥିଲେ । ମଙ୍ଗଳବାର ସକାଳ ପ୍ରାୟ ୮ଟା ବେଳେ ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଶହେ ଟଙ୍କା ମାଗି ଥିଲେ । ସେ ଟଙ୍କା ଦେବାକୁ ମନା କରିବାରୁ ନିରାକାର ଘର ଭିତରେ କବାଟ ବନ୍ଦ କରି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ମାଆ ନିଶା ପଲେଇ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି।

 

Get real time updates directly on you device, subscribe now.