fbpx

ପିତା ପାଲଟିଲା ଦୁଷ୍କର୍ମକାରୀ, ଝିଅମାନଙ୍କୁ ବର୍ଷ ବର୍ଷ ଧରି ଟାର୍ଗେଟ୍ କରୁଥିଲା ଏହି ନରରାକ୍ଷସ

ନୂଆଦିଲ୍ଲୀ: କୁହାଯା ଏ ଦୁନିଆରେ ପିତାମାତାଙ୍କର ବିକଳ୍ପ ନାହିଁ । ତେବେ ଏହି ଘଟଣାକୁ ମିଥ୍ୟା ବୋଲି ପ୍ରମାଣିତ କରିଛି ରାଜସ୍ଥାନର ଜଣେ ସାବତ ବାପା । ସେ ନିଜର କମ୍ ବୟସର ସାବତ ଝିଅମାନଙ୍କୁ ବର୍ଷ ବର୍ଷ ଧରି ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ରାଜସ୍ଥାନର ଅଲବର ଜିଲ୍ଲାରେ ଏହି ଘଟଣାଟି ଘଟିଛି । ନିଜର ଦୁଇ ନାବାଳିକା ପୀଡ଼ିତାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଏନଇବି ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିସାରିଛି । ପୂର୍ବରୁ କିଛି ବର୍ଷ ବର୍ଷ ଧରି ଅଭିଯୁକ୍ତ ଏହି କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିଛି । ତେବେ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଅଭିଯୁକ୍ତ ସୁନୀଲ କୁମାରଙ୍କୁ ବିବାହ କରିଥିଲେ । ସୁନୀଲ ଉକ୍ତ ମହିଳାଙ୍କ ୧୨ ବର୍ଷୀୟା ଝିଅ ସହିତ ଦୁଷ୍କର୍ମ କରିବା ସହ ଓ ୮ ବର୍ଷୀୟା ଝିଅଙ୍କ ସହ ଛେଡ଼ଖାନୀ କରୁଥିଲା । ଅନେକ ସମୟରେ ଝିଅମାନଙ୍କୁ ସୁନୀଲ ମାରପିଟ୍ କରିବା ସହ ହତ୍ୟା ଧମକ ଦେଉଥିଲା । ତେବେ ଏହି ଘଟଣା ମହିଳା ଜାଣିବା ପରେ ସେ ଝିଅମାନଙ୍କୁ ବାଳିକା ଗୃହକୁ ପଠାଇଥିଲେ । ବାଳିକା ଗୃହର ଅଧିକାରୀଙ୍କୁ ପୀଡ଼ିତାମାନେ ଏ ବିଷୟରେ ଅବଗତ କରାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ଏସପି ଘଟଣାରେ ହସ୍ତକ୍ଷେପ କରି ୨୪ ଘଣ୍ଟା ମଧ୍ୟରେ ୩୦ ବର୍ଷୀୟ ଅଭିଯୁକ୍ତ ସୁନୀଲକୁ ଗିରଫ କରି ତିନି ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

Get real time updates directly on you device, subscribe now.