fbpx

ସରକାରୀ କ୍ୱାର୍ଟରରେ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ରେଳ ଅଧିକାରୀ! ହଠାତ୍ ବେଡରୁମର କବାଟ ଖୋଲିଦେଲେ ପତ୍ନୀ, ତା’ପରେ

କୌଣସି ଅଜଣା ମହିଳାଙ୍କୁ ନିଜ ସ୍ୱାମୀଙ୍କ ବେଡରୁମରେ ଦେଖିବା ପରେ କ’ଣ କରନ୍ତି ପତ୍ନୀ, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଝାଡ଼ଖଣ୍ଡର ଧନବାଦରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଧନବାଦର ରେଳ ମଣ୍ଡଳ ଅଧିନରେ ଥିବା ଡାଲଟନଗଞ୍ଜ ରେଳ ଷ୍ଟେସନରେ କାର୍ଯ୍ୟରତ ଅଧିକାରୀଙ୍କ ସରକାରୀ କ୍ୱାର୍ଟରରେ ମଙ୍ଗଳବାର ଦ୍ୱିପହରରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି । ସରକାରୀ ବାସଭବନର ବେଡରୁମରେ ଜଣେ ଅଜଣା ମହିଳାଙ୍କୁ ଦେଖି ରେଳ ଅଧିକାରୀଙ୍କ ପତ୍ନୀ ଭଡକିଯାଇଥିଲେ ଓ କିଛି ସମୟ ପରେ ମାମଲା ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।

ଏହି ମାମଲାରେ ମାରପିଟ୍ ଓ ହଙ୍ଗାମା କରିବା ପରେ ରେଳ ଅଧିକାରୀଙ୍କ ପତ୍ନୀ ଥାନାରେ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଡାଲଟନଗଞ୍ଜ ରେଳ ଷ୍ଟେସନରେ କାର୍ଯ୍ୟରତ ସିନିୟର ପିଡବ୍ଲୁଆଇଙ୍କ ପତ୍ନୀ ନିଜ ପିଲାର କିଛି କାଗଜ ନେବାକୁ ଅଚାନକ୍ ସ୍ୱାମୀଙ୍କ ସରକାରୀ କ୍ୱାର୍ଟରରେ ପହଞ୍ଚିଥିଲେ । ଯେମିତି ସେ କ୍ୱାର୍ଟର ଭିତରକୁ ଗଲେ, ଅଚାନକ୍ ଜଣେ ଅଜଣା ମହିଳାଙ୍କୁ ବେଡରୁମରୁ ଦେଖିବାକୁ ପାଇଥିଲେ । ଅଜଣା ମହିଳାଙ୍କୁ ଦେଖିବା ପରେ ଅଧିକାରୀଙ୍କ ପତ୍ନୀ ରାଗରେ ଆସି ପାଟିତୁଣ୍ଡ ଆରମ୍ଭ କରିଥିଲେ ଓ ପରେ ଏହା ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ୨ ମହିଳାଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଲା । ୨ ଜଣଙ୍କ ଏଭଳି ଲଢ଼େଇ ଦେଖିବାକୁ ଆଖପାଖର ଲୋକେ ଜମା ହୋଇଥିଲେ । ଅନେକ ସମୟ ବିତିଯିବା ପରେ ଲଢ଼େଇ ଶାନ୍ତ ପଡ଼ିଥିଲା ଓ ଅଧିକାରୀଙ୍କ ପତ୍ନୀ ଥାନାରେ ମାମଲାକୁ ନେଇ ଅଭିଯୋଗ କରିଦେଲେ ।

ତେବେ ସିନିୟର ପିଡବ୍ଲୁଆଇ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାୟତଃ ୧୨ ବର୍ଷ ହେବ ବିବାଦ ଚାଲିଛି । ଏହି ମାମଲା କୋର୍ଟରେ ଚାଲିଥିବା ବେଳେ ତାଙ୍କର ୨ଟି ପିଲା ଅଛନ୍ତି । ମଙ୍ଗଳବାର ଦିନ ଅଚାନକ୍ ପିଡବ୍ଲୁଆଇଙ୍କ ପତ୍ନୀ ଅଚାନକ୍ ସ୍ୱାମୀଙ୍କ ସରକାରୀ କ୍ୱାର୍ଟରରେ ପହଞ୍ଚିଥିଲେ । ବେଡରୁମରେ ନିଜ ସ୍ୱାମୀଙ୍କ ସହ ଅଜଣା ମହିଳାଙ୍କୁ ଦେଖି ପଚରାଉଚରା କରିବାକୁ ସେ ନିଜକୁ ଅଧିକାରୀଙ୍କ ସର୍ମ୍ପକୀୟ କହିଥିଲେ । ପଚରାଉଚରା ପରେ ମାରପିଟ୍ ଆରମ୍ଭ ହୋଇଥିଲା, ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.