fbpx

୫୦୪ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା, ମନ୍ତ୍ରୀ କହିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାତିପାହିଲେ ଅଫଲାଇନ ମାଟ୍ରିକ ପରୀକ୍ଷା । କୋଭିଡ କଟକଣା ମଧ୍ୟରେ ହେବ ପରୀକ୍ଷା । ଚଳିତ ବର୍ଷର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଏଥିପାଇଁ ୧୫୧୩୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେଣୁ ସୁରୁଖୁରୁରେ କିଭଳି ପରୀକ୍ଷା ଦିଆଯାଇପାରିବ ସେଥିନେଇ ୫୦୪ଟି ସେଣ୍ଟର ବ୍ୟବସ୍ଥା କରାଯାଇଛି ।

କୋଭିଡର ସମସ୍ତ ନିୟମ ପାଳନ କରି କରାଯିବ ଏହି ଦଶମ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ତେଣୁ ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କରି ଫଳ ପ୍ରକାଶ ପାଇଁ ଚେଷ୍ଟା କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ଅନ୍ୟପଟେ ୨୫୫୫ ଜଣ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ବିଭାଗର ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୧୩୯ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ସେମାନଙ୍କର ପରୀକ୍ଷା ଫଳ ପ୍ରକାଶ ନପାଇବାକୁ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗୁରୁବାର ଏନେଇ ମାନବାଧିକାର କମିସନ ନିଷ୍ପତ୍ତି ଶୁଣେଇବାର ଅଛି । ଯାହା ନିର୍ଦ୍ଦେଶ ଆସିବ ସେ ଅନୁଯାୟୀ ନିୟମ ପାଳନ କରିବୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ।

Get real time updates directly on you device, subscribe now.