fbpx

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା । ଏହାକୁ ବିଶ୍ୱବିଦ୍ୟାଳୟ ତାଲିକାରେ ସାମିଲ କଲା ୟୁଜିସି । ପୂର୍ବରୁ ଏହାକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଥିଲେ । ଏନେଇ ପ୍ରଥମେ ଆପତ୍ତି ଉଠାଇଥିଲା ୟୁଜିସି । ରାଜ୍ୟ ସରକାରଙ୍କ ଚିଠି ପରେ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛି ୟୁଜିସି ।

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଟ୍ୱିଟ୍ । ଏହା ନିଶ୍ଚିତ ପଶ୍ଚିମ ଓଡ଼ିଶା ଛାତ୍ରଛାତ୍ରୀଙ୍କ ଆକାଂକ୍ଷା ପୂରଣ କରିବ । ଏହା ନୂଆ ଶିକ୍ଷାନୀତିର ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରିବ ବୋଲି କହିଛନ୍ତ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.