fbpx

ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଓହରିଲେ ଆରସିପି ସିଂ; ଏହି ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ଏନଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ପକ୍ଷରୁ ଏହାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯାଇଛି । ଶନିବାର ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଆରସିପି ସିଂ ଇସ୍ତଫା ପ୍ରଦାନ କରିଥିବା ବେଳେ ନୂତନ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ମୁଙ୍ଗେର ସାଂସଦ ରାଜୀବ ରଞ୍ଜନ ଉର୍ଫ ଲଲନ ସିଂ । ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଲଲନ୍ ସିଂଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆରସିପି ସିଂଙ୍କୁ ମୋଦୀ ୨.୦ର କ୍ୟାବିନେଟରେ ସାମିଲ କରାଯିବା ପରେ ସେ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଶନିବାର ଅନୁଷ୍ଠିତ ବୈଠକରେ ଆରସିପି ସିଂ ମଧ୍ୟ ଉପସ୍ଥିତ ରହିଥିଲେ । ଆରସିପିଙ୍କ ଇସ୍ତଫା ପରେ ନୀତିଶ କୁମାରଙ୍କ ଖାସ ସହଯୋଗୀ ରହିଥିବା ଲଲନ ସିଂଙ୍କୁ ନିଯୁକ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆରସିପି ମୋଦୀ୨.୦ରେ ସାମିଲ ହେବା ନିଷ୍ପତ୍ତିକୁୁ ନୀତିଶ କୁମାର ସମର୍ଥନ କରିନଥିଲେ । ଏହି କାରଣରୁ ଆରସିପି ନିଜର ଇସ୍ତଫା ପ୍ରଦାନ କରିଥିବା କୁହାଯାଉଛି ।

Get real time updates directly on you device, subscribe now.