fbpx

୨୪ ଘଣ୍ଟା ମଧ୍ୟରେ ୧୧୬ ତାଲିବାନ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଲେ ଅଫଗାନ ସେନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କର ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଅନେକ ଗୁଡ଼ିଏ ଜିଲ୍ଲା ଉପରେ କବଜା କରି ଚାଲିଥିବା ତାଲିବାନ ମାନଙ୍କ ଉପରେ ଏବେ କଠୋର ହେବାରେ ଲାଗିଛି ଅଫଗାନ୍ ସେନା । ଏହି ପରିପ୍ରେକ୍ଷୀରେ ସମଙ୍ଗନ୍ ଏବଂ ହେଲମନ୍ଦ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଅଫଗାନ୍ ସୁରକ୍ଷା ବଳ ତାଲିବାନର ଜଣେ କମାଣ୍ଡର ସମେତ ୧୧୬ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଛି । ଏଥିରେ ୩୦ ଆତଙ୍କବାଦୀ ଆହତ ହୋଇଛନ୍ତି ।

ଦେଶର ପ୍ରତିରକ୍ଷା ମନ୍ତ୍ରୀର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଟୁଇଟ୍ କରି କହିଛନ୍ତି ଯେ, ସମଙ୍ଗନ୍ ଅଞ୍ଚଳର ଦାରାହ-ସୋଫ-ବଲ ଜିଲ୍ଲାରେ ମଙ୍ଗଳବାର ରାତିରେ ହୋଇଥିବା ସଂଘର୍ଷରେ ତାଲିବାନୀ ଗଭର୍ଣ୍ଣର୍ ମାଓଲଭୀ ଅନସ୍ ସମେତ ୪୧ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି । ଏହି ଅପରେସନ୍ ରେ ଅନେକ ମାତ୍ରାରେ ଅସ୍ତ୍ରଶସ୍ତ୍ରୀ ଜବତ କରିବା ସହିତ ୧୫ଟି ଗାଡ଼ି ନଷ୍ଟ କରିଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହେଲମନ୍ଦ ପ୍ରଦେଶର ରାଜଧାନୀ ଲଶ୍କରଗାହରେ ଗତ ୨୪ ଘଣ୍ଟା ମଧ୍ୟରେ ଆକାଶମାର୍ଗରୁ ହୋଇଥିବା ହମଲାରେ ୭୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୧୭ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ମେ ମାସରେ ଆଫଗାନିସ୍ତାନରୁ ବିଦେଶୀ ସେନା ପ୍ରତ୍ୟାହାର ପରେ ତାଲିବାନ ହିଂସା ତୀବ୍ର ହେବାରେ ଲାଗିଛି । ଏହି ହିଂସାକୁ ରୋକିବା ପାଇଁ ଆଫଗାନିସ୍ତାନ ସେନା ମଧ୍ୟ ପ୍ରସ୍ତୁତ ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରତିଦିନ ବାୟୁ ଏବଂ ସ୍ଥଳ ଉଭୟ ପଟରୁ ଆତଙ୍କବାଦୀ ମାନଙ୍କୁ ନିହତ କରିବାକୁ ପ୍ରୟାସ କରାଯାଉଛି । ଆଉ ଏହା ଭିତରେ ଅନେକ ଆତଙ୍କବାଦୀଙ୍କୁ ମାରି ଦିଆଗଲାଣି ।

Get real time updates directly on you device, subscribe now.