fbpx

Emergency ସମୟରେ ଏଣିକି PF ଆକାଉଣ୍ଟରୁ ସଙ୍ଗେସଙ୍ଗେ ୧ ଲକ୍ଷ ଉଠାଇ ପାରିବେ, EPFO ଗ୍ରାହକଙ୍କ ପାଇଁ ଜାରି ହେଲା ନୂଆ ସର୍ଭିସ୍

ନୂଆଦିଲ୍ଲୀ: କରୋନା ସମୟରେ ଅଧିକାଂଶ ଲୋକ ନିଜ ନିଜର ଚାକିରି ହରାଇବା ସହ ବ୍ୟବସାୟରେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପିଏଫ୍ ଆକାଉଣ୍ଟରୁ ଅଧିକାଂଶ ଲୋକ ନିଜର ପୂର୍ବ ସଞ୍ଚିତ ଧନରାଶି ଉଠାଇ ଜରୁରୀ କାର୍ଯ୍ୟରେ ଲଗାଇବାକୁ ଚାହିଁଥାନ୍ତି । ମାତ୍ର ଇପିଏଫଓର ନିୟମ ଅନୁଯାୟୀ, ସେପରି ସମ୍ଭବ ହୋଇନଥାଏ । ଫଳରେ ଆକାଉଣ୍ଟରେ ଅର୍ଥ ରହିଥିଲେ ବି ଲୋକଙ୍କୁ ଉଠାଇବାକୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ତେବେ କୋଭିଡକୁ ଦୃଷ୍ଟିରେ ରଖି ଇପିଏଫଓ ପକ୍ଷରୁ ଏକ ନୂଆ ସର୍ଭିସ୍ ଲଞ୍ଚ କରାଯାଇଛି । ଏହାଦ୍ୱାରା ଇପିଏଫଓ ଗ୍ରାହକମାନେ ପିଏଫ୍ ଖାତାରୁ ସଙ୍ଗେସଙ୍ଗେ ୧ ଲକ୍ଷ ଟଙ୍କା ଉଠାଇ ନିଜର ଜରୁରୀ କାର୍ଯ୍ୟରେ ଲଗାଇ ପାରିବେ ।

ଇପିଏଫଓ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣଙ୍କର ଜରୁରୀକାଳୀନ ଆବଶ୍ୟକତା ଥାଏ, ତେବେ ଆପଣ ଏହି ସୁବିଧାର ଉପଯୋଗ କରିପାରିବେ । ଗ୍ରାହକମାନେ ଯେ କୌଣସି ମେଡିକାଲ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ତୁରନ୍ତ ୧ ଲକ୍ଷ ଟଙ୍କା କାଢ଼ି ପାରିବେ । ଗତ ଜୁନ ୧ ତାରିଖରେ ଇପିଏଫ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ସେ ସମୟରେ କୁହାଯାଇଥିଲା ଯେ, କରୋନା କିମ୍ବା ଅନ୍ୟ କୌଣସି ମେଡିକାଲ କେସ୍ ପାଇଁ ଏହି ୧ ଲକ୍ଷ ଟଙ୍କା ଦିଆଯିବ । ପୂର୍ବରୁ ମେଡିକାଲ ଜରୁରୀ କାର୍ଯ୍ୟ ପାଇଁ ଖର୍ଚ୍ଚର ଆନୁମାନିକ ବିଲ ସବମିଟ୍ କରିବା ପରେ ଅର୍ଥ ମିଳୁଥିଲା। ମାତ୍ର ବର୍ତ୍ତମାନ ଆଉ ବିଲର ଆବଶ୍ୟକ ପଡ଼ୁ ନାହିଁ । ଗ୍ରାହକଙ୍କୁ କେବଳ ବିଲ ଦେଖାଇବା ପରେ ତୁରନ୍ତ ଖାତାକୁ ଉକ୍ତ ରାଶି ଟ୍ରାନ୍ସଫର ହୋଇଯିବ । ଏଥିପାଇଁ ଆପଣମାନେ www.epfindia.gov.in ୱେବସାଇଟକୁ ଯାଇ ସମସ୍ତ ବିବରଣୀ ଜାଣିପାରିବେ ।

Get real time updates directly on you device, subscribe now.