fbpx

ତାଲିବାନ ମାନଙ୍କ ବିରୋଧରେ ଲଢ଼ିବା ପାଇଁ ଅଫଗାନ୍ ସେନାରେ ଭର୍ତ୍ତି ହେବାପାଇଁ ପହଞ୍ଚିଲେ ୫ହଜାର ଯୁବକ-ଯୁବତୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସହ ଚାଲିଥିବା ଯୁଦ୍ଧର ମୁକାବିଲା ପାଇଁ ଏବେ ଦେଶର ଯୁବକମାନେ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସେନାବାହିନୀରେ ଯୋଗଦେବା ପାଇଁ କାବୁଲରେ ୫ ହଜାର ଯୁବକ ଓ ଯୁବତୀ ଉପସ୍ଥିତ ଥିଲେ। ଏମାନେ ରାଷ୍ଟ୍ରୀୟ ମିଲିଟାରୀ ଏକାଡେମୀ ପ୍ରବେଶିକା ପରୀକ୍ଷା ପାଇଁ ହାଜର ହୋଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉଭୟ ଯୁବକ ଓ ଯୁବତୀ ଉପସ୍ଥିତ ଥିଲେ । କାବୁଲର ମାର୍ଶଲ ଫାହିମ ଜାତୀୟ ସାମରିକ ଏବଂ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେବା ପାଇଁ ଆସିଥିଲେ ।

ତେବେ ଗତକାଲି ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନିଙ୍କ ଏକ ବିବୃତ୍ତି ସାମନାକୁ ଆସିଥିଲେ । ଯେଉଁôତରେ ସେ କହିଥିଲେ ତାଲିବାନ ମାନଙ୍କ ବିରୋଧରେ ସମଗ୍ର ଦେଶ ବର୍ତ୍ତମାନ ଏକାଠି ହେବା । ଆଉ ଏହି ବୟାନ ପରେ ୫ ହଜାର ଯୁବକ ସେନାରେ ଯୋଗଦେବାକୁ ଆଗେଇ ଆସିଛନ୍ତି । ତେବେ ପରୀକ୍ଷା କେନ୍ଦ୍ରରେ ଆଫଗାନିସ୍ତାନ ସେନାର ମୁଖ୍ୟ ଜେନେରାଲ୍ ୱାଲି ମହମ୍ମଦ ଅହମ୍ମଦଜଇ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେନାରେ ଯୋଗଦେବାକୁ ଆଗେଇ ଆସିଥିବା ଏହି ଯୁବକମାନଙ୍କୁ ପ୍ରଶଂସା କରିଥିଲେ।

Get real time updates directly on you device, subscribe now.