fbpx

ସ୍ୱାମୀ ଭାଇରାଲ୍ କଲା ସ୍ତ୍ରୀ ସହ ଅନ୍ତରଙ୍ଗ ବେଳର ଭିଡିଓ, ଆଗରୁ ଦେଉଥିଲେ ଯୌତୁକ ନିର୍ଯ୍ୟାତନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ସ୍ୱାମୀ ଯୌତୁକ ପାଇଁ ମାରପିଟ୍ କରୁଥିଲା । ତାର ମୋର ପ୍ରାଇଭେଟ୍ ଭିଡିଓକୁ ମୋ ଫେସବୁକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାପସନ୍ ଲେଖି ଅପଲୋଡ୍ କରିଥିଲା ।” ଏହିଭଳି ଏକ ଅଭିଯୋଗ ନିଜ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ସୁନ୍ଦରପଦା ଅଞ୍ଚଳର ଜଣେ ମହିଳା । ବାପ ଘରେ ଥିବା ସମୟରେ ତାଙ୍କ ସ୍ୱାମୀ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ହ୍ୟାକ୍ କରି ଅନ୍ତରଙ୍ଗ ଭିଡିଓ ଅପଲୋଡ୍ କରିଥିବା ସେ ଗଣମାଧ୍ୟମ ସାମନାରେ କହିଛନ୍ତି । ତାଙ୍କ ଶାଶୁ ଘର ଲୋକ ଯୌତୁକ ନିର୍ଯ୍ୟାତନା ଦେଉଥିବାରୁ ସେ ନିଜ ବାପ ଘରକୁ ଚାଲି ଯାଇଥିଲେ । ତେବେ ଶାଶୁ ଘର ବାଙ୍କୀ ତୁଳସୀପୁର ହୋଇଥିବା ବେଳେ ସେ ସେଠାକାର ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ସେ ପୋଲିସ୍ ସହାୟତାରେ ସ୍ୱାମୀଙ୍କ ଘରକୁ ଗଲା ବେଳକୁ ତାଙ୍କ ପରିବାର ଲୋକ ସମସ୍ତେ ରାଞ୍ଚି ଫେରାର୍ ହୋଇଯାଇଥିବା ଜଣାପଡ଼ିଥିଲା । ତେବେ ଏହି ଘଟଣା ନେଇ ସେ ବାରମ୍ବାର ପୋଲିସ୍ ଷ୍ଟେସନ୍ ର ଦ୍ୱାରସ୍ଥ ହେଉଥିବା ବେଳେ କୌଣସି ସୁଫଳ ମିଳିପାରିନି ।

ମହିଳା ଜଣକ କହିଛନ୍ତି ଯେ, ବିବାହ ପୂର୍ବରୁ ସ୍ୱାମୀଙ୍କ ଘର ଲୋକ ଯୌତୁକ କଥା ଆଦୌ ଉଠାଇ ନଥିଲେ । କିନ୍ତୁ ବିବାହ ପରେ ଚତୁର୍ଥୀ ଦିନ ତାଙ୍କୁ ମାରପିଟ୍ କରାଯାଇଥିଲା । ବିବାହକୁ ୬ ମାସ ହୋଇଥିବା ବେଳେ ଏହି ଦିନ ମାନଙ୍କରେ ତାଙ୍କ ଉପରେ ଅନେକ ଅତ୍ୟାଚାର କରାଯାଇଛି । ୨୦୨୦ ଡିସେମ୍ବର ମାସ ୧୦ ତାରିଖରେ ସେମାନଙ୍କ ବିବାହ ହୋଇଥିଲା । ଖାସ୍ କରି ଯୌତୁକକୁ ନେଇ ଶାଶୁ ଘର ଲୋକ ଅନେକ ସମୟରେ ମାରପିଟ୍ କରୁଥିବା ସେ କହିଛନ୍ତି । ଆଉ ଏବେ ତାଙ୍କ ସ୍ୱାମୀ ଅନ୍ତରଙ୍ଗ ଭିଡିଓ ଅପଲୋଡ୍ କରିଥିବା ସେ ଅଭିଯୋଗ ଆଣିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କ ଶାଶୁ ଘରେ ରଖିଥିବା ସବୁ ସାର୍ଟିଫିକେଟ୍ ଏବଂ ପିଏଫ୍ ଟଙ୍କା ରଖିଥିବା ବେଳେ ଏବେ ତାଙ୍କ ଶାଶୁ ଘର ଲୋକ ସେସବୁ ଘରେ ନଥିବା କହିଛନ୍ତି । ଅନ୍ୟପଟେ ଏନେଇ ବାରମ୍ବାର ପୋଲିସ୍ ଷ୍ଟେସନ୍ ର ଦ୍ୱାରସ୍ଥ ହେଲେଣି । କିନ୍ତୁ ଏନେଇ ସଠିକ୍ ଭାବରେ କୌଣସି ଆକ୍ସନ୍ ନିଆଯାଉନଥିବା ସେ ଗଣମାଧ୍ୟମ ସାମନାରେ କହିଛନ୍ତି । ଆଉ ସେ ଦାବି କରିଛନ୍ତି ଯେ, ଭିଡିଓ ଭାଇରାଲ୍ ଏବଂ ଯୌତୁତ ନିର୍ଯ୍ୟାତନା, ଭଭୟ ମାମଲାକୁ ନେଇ ସ୍ୱୀମୀ ଓ ତାଙ୍କ ପରିବାର ଉପରେ କେସ୍ କରାଯାଉ ଏବଂ ତାଙ୍କ ସ୍ୱାମୀକୁ ଗିରଫ କରାଯାଉ ।

Get real time updates directly on you device, subscribe now.