fbpx

LIVE IND vs ENG: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବାଦ୍ ପଡ଼ିଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଜିତିବା ପରେ ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ ରେ ଆଶ୍ଚର୍ଯ୍ୟ କରିବା ପରି ପରିବର୍ତ୍ତନ ଦେଖିବାକୁ ମିଳିଛି । ଟିମ୍ ରେ ଇଶାନ୍ତ ଶର୍ମା ଓ ଆର୍ ଅଶ୍ୱିନୀଙ୍କୁ ଦେଖିବାକୁ ମିଳିନି । ସେମାନଙ୍କ ସ୍ଥାନରେ ଶାର୍ଦୁଳ ଠାକୁର ଏବଂ ମହମ୍ମଦ ସିରାଜ୍ ଙ୍କୁ ଟିମ୍ ରେ ସାମିଲ୍ କରାଯାଇଛି ।

ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ଭାବରେ କେ ଏଲ୍ ରାହୁଲ ଖେଳୁଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାହାରେ ବସିବାକୁ ପଡିଛି । ସେହିପରି ପେସ ବୋଲିଂ ସହାୟକ ପିଚକୁ ଦୃଷ୍ଟିରେ ରଖି ଅଶ୍ୱିନଙ୍କ ସ୍ଥାନରେ ଦ୍ୱିତୀୟ ଅଲରାଉଣ୍ଡର ଭାବରେ ଦଳରେ ସାମିଲ କରାଯାଇଛି । ଏହି ମ୍ୟାଚ ପାଇଁ ଭାରତ ୪ଜଣିଆ ପେସ ଆଟାକ ସହିତ ଓହ୍ଲାଇଥିବା ବେଳେ ରବୀନ୍ଦ୍ର ଜାଡେଜା ଏକମାତ୍ର ସ୍ପିନର ରହିଛନ୍ତି । ଟିିମରେ ଏବେ ରହିଛନ୍ତି, ରୋହିତ୍ ଶର୍ମା, କେଏଲ୍ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲୀ, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ଜସପ୍ରୀତ୍ ବୁମରା, ମହମ୍ମଦ ଶମୀ, ମହମ୍ମଦ ସିରାଜ୍ । ଇଂଲଣ୍ଡ ଏହି ଟେଷ୍ଟ ସିରିଜ୍ ପୁର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋମ୍ ଟେଷ୍ଟ ସିରିଜ୍ ହାରିବାକୁ ପଡ଼ିଥିଲା । ଖାଲି ଇଂଲଣ୍ଡ ନୂହେଁ ବରଂ ଭାରତ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରିଥିଲା ।

Get real time updates directly on you device, subscribe now.