fbpx

କୁସ୍ତି ଫାଇନାଲରେ ରବି ଦାହିଆ, ଭାରତ ପାଇଁ ସୁନିଶ୍ଚିତ କଲେ ଚତୁର୍ଥ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ୧୨ତମ ଦିନ ଭାରତ ପାଇଁ ସଫଳତାର ଦିନ ହୋଇଛି । କୁସ୍ତିରେ ଫାଇନାଲରେ ପ୍ରବେଶ କଲେ ରେସଲର ରବି ଦାହିଆ । ଏଥିସହ ରବି ଭାରତ ପାଇଁ ଚତୁର୍ଥ ପଦକ ସୁନିଶ୍ଚିତ କରିଛନ୍ତି । ସେମି ଫାଇନାଲରେର କାଜାକସ୍ତାନର ନୁରିସ୍ଲାମକୁ ହରାଇ ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ରବି ଦାହିଆ ଉନ୍ନୀତ ହୋଇଛନ୍ତି । ଏଥିସହ ସେ ଭାରତ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି । ଯଦି ଫାଇନାଲ ଜିତନ୍ତି ତେବେ ସ୍ୱର୍ଣ୍ଣ ପଦକ ଜିତି ରବି ଇତିହାସ ରଚିବେ ।

ରବି କୁମାର ଦାହିଆ ମ୍ୟାଚ୍ ଆରମ୍ଭରେ ୫-୯ରେ ପଛୁଆ ଥିଲେ । ହେଲେ ଜୋରଦାର ପ୍ରତ୍ୟାବର୍ତ୍ତନ କରି କାଜାକିସ୍ତାନର ପହିଲମାନଙ୍କୁ ଚିତ୍ କରିଥିଲେ । ଏହି ବିଜୟ ସହ ରବି ଦାହିଆ ଭାରତ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି । ରବି କୁମାର ଭାରତର ପଞ୍ଚମ ପହିଲମାନ ଯିଏ ଅଲିମ୍ପିକରେ ପଦକ ଜିତିଛନ୍ତି । ଏହା ପୂର୍ବରୁ କେଡି ଯାଦବ, ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଓ ସାକ୍ଷୀ ମଲିକ ଅଲିମ୍ପିକ କୁସ୍ତିରେ ଭାରତ ପାଇଁ ପଦକ ଜିତି ସାରିଛନ୍ତି ।

ଏହା ପୂର୍ବରୁ ୧୨ତମ ଦିନରେ ବକ୍ସିଂ ସେମି ଫାଇନାଲରେ ଲଭଲିନା ତୁର୍କୀର ବୁସେନାଜ ସୁରମେନେଲିଙ୍କଠୁ ହାରିଛନ୍ତି । ପରାଜୟ ସହ ଲଭଲିନାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଡିଫେଣ୍ଡିଂ ବିଶ୍ଚ ଚାମ୍ପିଅନଙ୍କଠୁ ହାରି ଲଭଲିନା ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ବର୍ଚ୍ଛା ଫିଙ୍ଗାରେ ନୀରଜ ଚୋପ୍ରା ନିଜ ଗ୍ରୁପରେ ଶୀର୍ଷରେ ରହି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

Get real time updates directly on you device, subscribe now.