fbpx

ପୋଲିସ କବଜାରେ GRS; ପୋଖରୀ ପୁନଃରୁଦ୍ଧାର ନାମରେ ଖାଇଥିଲେ ପଇସା

ମାହାଙ୍ଗା (ଓଡ଼ିଶା ଭାସ୍କର): ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ଜିଆରଏସ୍ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡ଼ାମରେଇ ପଞ୍ଚାୟତର ଜିଆରଏସ ମହାଶୟ । ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନାମରେ ମିଛ ବିଲ କରି ଧରା ପଡ଼ିଛନ୍ତି ବାବୁ । ବାବୁ କୁଆଡ଼େ କାମ ନକରି ୨ଲକ୍ଷ ୭୫ ହଜାର ଟଙ୍କା ହରିଲୁଟ କରିଥିଲେ । ମାତ୍ର ସରକାରୀ ୱେବସାଇଟ ଖୋଲିଦେଲା ସବୁ ଗୁମର । ଦୁର୍ନୀତିର ଗନ୍ଧ ହେବା ପରେ ସନ୍ଦେହ ଘେରରେ ସରପଞ୍ଚ ବି ରହିଛନ୍ତି । ପୋଖରିରେ କୌଣସି କାମ କରାନଯାଇ ଜବକାର୍ଡ ଧାରିଙ୍କ ଆକାଉଣ୍ଟକୁ ଯାଇଛି ହଜାର ହଜାର ଟଙ୍କା ।

ଏହା ମଧ୍ୟରେ ବ୍ଲକ ଅଧିକାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଖବର ସଗ୍ରହ କରିବାକୁ ସାମ୍ବାଦିକ ଘଟଣା ସ୍ଥଳରେ ପହଞ୍ôଚବା ପରେ ତତ୍ପର ହୋଇଛି ବ୍ଲକ ପ୍ରସାଶନ । ଯାହାକୁ ନେଇ ପୋଲିସ ତାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏହାର ଉଚ୍ଚସ୍ଥରିୟ ତଦନ୍ତ ଦାବି କରି କଟକ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସହ ମାହାଙ୍ଗା ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.