fbpx

ପୁଣି ଯୁବାବସ୍ଥାକୁ ଫେରିବାକୁ ଚାହୁଁଥିଲେ କରନ୍ତୁ ଆଲକୋହଲ୍ ମସାଜ୍, ଜାଣନ୍ତୁ ଅଦ୍ଭୁଦ ଫାଇଦା

ଅତ୍ୟଧିକ ମଦ୍ୟପାନ କରିବା ଶରୀର ପାଇଁ କ୍ଷତିକାରକ, କିନ୍ତୁ ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ବ୍ୟବହୃତ ହୋଇପାରେ । ତ୍ୱଚା ଓ କେଶରେ ମଦର ମସାଜ କରିବା ଦ୍ୱାରା ସେଥିରେ ଚମକ୍ ଆସିଥାଏ । ଏହା ସହ ତ୍ୱଚାରେ ଛୋଟ ଛୋଟ ସଂକ୍ରମଣ ବି ଦୂରେଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା ଆଲକୋହଲ ମସାଜର ୫ଟି ଫାଇଦା….

– ଶାରୀରିକ ପରିଶ୍ରମ ପରେ ମାଂସପେଶୀ ଯନ୍ତ୍ରଣାରେ ଆଲକୋହଲ୍ ମସାଜ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଯନ୍ତ୍ରଣାଦାୟକ ସ୍ଥାନରେ ମାଲିସ୍ କରନ୍ତୁ ଏବଂ ଏହାକୁ ଏକ ଘଣ୍ଟା ଛାଡି ଦିଅନ୍ତୁ, ପରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆରାମ ଲାଗିବ ।

– ଚର୍ମ ଓ ନଖରେ ବଢ଼ୁଥିବା ଯେକୌଣସି ପ୍ରକାରର ଫଙ୍ଗସ୍ ଉପରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ । ଏହାକୁ ତୁଳାରେ ବୁଡାଇ ସେହି ସ୍ଥାନରେ ଲଗାନ୍ତୁ ଏବଂ ଶୁଖିବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ ।

– ହାଲୁକା ସ୍କ୍ରାଚ୍ କିମ୍ବା କ୍ଷତ ସ୍ଥାନରେ ମଦ ଲଗାଇବା ଦ୍ୱାରା ତାହା ଶୀଘ୍ର ଭଲ ହୋଇଥାଏ । ଏହା ସଂପୃକ୍ତ ଅଞ୍ଚଳରେ ଆଣ୍ଟିବାୟୋଟିକ୍ ପରି କାର୍ଯ୍ୟ କରିଥାଏ ଏବଂ ଶୀଘ୍ର ପୁନଃରୁଦ୍ଧାରରେ ସାହାଯ୍ୟ କରିଥାଏ ।

– କେବଳ ଚର୍ମ ପାଇଁ ନୁହେଁ, କେଶରେ ବି ଏହାକୁ ମାଲିସ୍ କରିବାର ଦ୍ୱାରା ଆପଣ ଲାଭ ପାଇପାରିବେ । କେଶକୁ କୋମଳ ଏବଂ ଚକଚକ୍ କରିବା ପାଇଁ ବିୟର ବ୍ୟବହୃତ ହୁଏ ।

– ଆଲକୋହଲ୍ ମସାଜ୍ ମଧ୍ୟ ଉଷ୍ମତା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ମାଲିସ୍ କରିବା ପରେ ଆପଣ ନିଜେ ଚର୍ମରେ ଉଷ୍ମତା ଅନୁଭବ କରିବେ ।

Get real time updates directly on you device, subscribe now.