fbpx

ପ୍ରଧାନମନ୍ତ୍ରୀଙ୍କ ପାଇଁ ପଦକ ଜିତିଛନ୍ତି ମୀରାବାଇ ଚାନୁ: ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ୨୬ ବର୍ଷୀୟା ମୀରାବାଇ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି । ତେବେ ତାଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ ମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମଣିପୁର ସରକାର ତାଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଦେଇଥିଲେ । ପଦକ ଜିତିବାର କିଛି ଦିନ ପରେ ମଣିପୁର ସରକାର ଏକ ଖୁଲାସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିରେନ୍ ସିଂ କହିଛନ୍ତି ଯେ, ମୀରାବାଇ ଚାନୁଙ୍କୁ ପଦକ ଜିତିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହାଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ପଠାଇଥିଲେ । ଏନେଇ ସେ ଟୁଇଟ୍ କରି କହିଛନ୍ତି ଯେ, “ଯେତେବେଳେ ମୀରାବାଇ ଚାନୁ ଏ ବିଷୟରେ ମତେ କହିଥିଲେ ସେ ସମୟରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେ ମୋତେ କହିଥିଲେ ଯେ, ମାଂସପେଶୀ ଅପରେସନ୍ ଏବଂ ପ୍ରାକ୍ଟିସ୍ ପାଇଁ ଯଦି ଆମେରିକା ପଠାଇନ ଥାନ୍ତେ ତାହେଲେ ମୁଁ ପଦକ ଜିତିପାରିନଥାନ୍ତି” ।

ସେ କହିଛନ୍ତି ଯେ, “ମୀରାବାଇ ଚାନୁଙ୍କ ମାଂସପେଶୀ ଯନ୍ତ୍ରଣା ସମ୍ପର୍କରେ ପିଏମ୍ ମୋଦୀ ଜାଣିବା ପରେ ସେ ନିଜେ ଟ୍ରେନିଂ ଏବଂ ଚିକିତ୍ସାର ଖର୍ଚ୍ଚ ବହନ କରିଥିଲେ” । ଏହା କହିବା ସହିତ ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ମୀରାବାଇ ଚାନୁଙ୍କୁ ପଦକ ହାସିଲ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ ।

Get real time updates directly on you device, subscribe now.