fbpx

ଶର୍ଲିନ୍ କହିଲେ ଶିଳ୍ପାଙ୍କୁ ପସନ୍ଦ ରାଜଙ୍କ ଫିଲ୍ମ, ଜେରାରୁ ଜଣାପଡ଼ିଲା

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଫିଲ୍ମ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସମୟ ବଢ଼ିବା ସହ ବିବାଦ ବି ଘନେଇବାରେ ଲାଗିଛି । ତେବେ ଏହି ମାମଲାରେ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ମଧ୍ୟ ଅଡୁଆରେ ଫସିଛନ୍ତି । ଦୀର୍ଘଦିନ ହେଲାଣି ଗୋଟିଏ ପରେ ଗୋଟିଏ କଥା ସେ ପ୍ରକାଶ କରୁଛନ୍ତି । ଏହାରି ମଧ୍ୟରେ କ୍ରାଇମ୍ ବ୍ରାଞ୍ଚ୍ ତାଙ୍କୁ ଜେରା କରିବା ପରେ ସେ ଆହୁରି ନୂଆ ତଥ୍ୟ ଦେଇଛନ୍ତି । ଦୀର୍ଘ ୮ ଘଣ୍ଟା ଧରି ହୋଇଥିବା ଜେରା ଅବସରରେ ଶର୍ଲିନ୍ କହିଛନ୍ତି ଯେ ରାଜ୍ କହୁଥିଲେ ଶିଳ୍ପାଙ୍କ ପସନ୍ଦ ଆସୁଥିଲା ତାଙ୍କ ଭିଡିଓ ।

ପୋଲିସ୍ ପଚରା ଉଚୁରା ପରେ ଶର୍ଲିନ୍ ମିଡିଆ ଆଗରେ କହିଛନ୍ତି ଯେ ସେ ପୋଲିସକୁ ଅନେକ ତଥ୍ୟ ଦେଇଛନ୍ତି । ଏଥିସହ ଏହି ରାକେଟ୍ରେ ଫସିଥିବା ଝିଅଙ୍କୁ ବଞ୍ଚାଇବା ଦିଗରେ ସେ ଆଗକୁ ସାହାଯ୍ୟ କରିବାକୁ ଚାହୁଥିବା ପ୍ରକାଶ କରିଛନ୍ତି । ଏଥିସହ କହିଛନ୍ତି ଯେ ରାଜ କୁନ୍ଦ୍ରା ତାଙ୍କୁ ଶିଳ୍ପାଙ୍କ ନାଁରେ ଭୁଲାଇବାକୁ ଉଦ୍ୟମ କରୁଥିଲେ । ଶିଳ୍ପାଙ୍କୁ ସେଭଳି ଫିଲ୍ମ ପସନ୍ଦ ବୋଲି କହିବା ସହ ସେମି-ନ୍ୟୁଡ୍ ଓ ପର୍ଣ୍ଣ ଏକ ସାଧାରଣ କଥା, ତେଣୁ ଏସବୁ ତାଙ୍କୁ ମଧ୍ୟ କରିବା ଉଚିତ୍ ବୋଲି ରାଜ କୁନ୍ଦ୍ରା କହିଥିବା ଶର୍ଲିନ କହିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି ଯେ- ମୁଁ କେବେ ଭାବିନଥିଲି ଏଭଳି ଏକ ସ୍କାଣ୍ଡାଲ୍ରେ ଫସିଯିବି ଆଉ ମୋତେ କ୍ରାଇମ୍ ବ୍ରାଞ୍ଚ୍ ଆଗରେ ଷ୍ଟେଟମେଣ୍ଟ୍ ଦେବାକୁ ପଡ଼ିବ । ବରଂ ପ୍ରଥମଥର ରାଜ କୁନ୍ଦ୍ରାଙ୍କୁ ଭେଟିବା ପରେ ମୋର ପୂରା ଦୁନିଆ ବଦଳିଯିବ ବୋଲି ଭାବିଥିଲି । ମୋତେ ବଡ଼ ବ୍ରେକ୍ ମିଳିଛି ବୋଲି ଭାବିଲା ବେଳେ ଶିଳ୍ପାଙ୍କ ପତି ମୋ ଦ୍ୱାରା ଖରାପ କାମ କରାଇନେଲେ ବୋଲି ଶର୍ଲିନ କହିଛନ୍ତି ।

ଖାଲି ଏତିକି ନୁହେଁ, ଏଗ୍ରିମେଣ୍ଟ ସାଇନ୍ କରିବା ପରେ ପ୍ରଥମେ ଗ୍ଲାମରସ୍, ତାପରେ ବୋଲ୍ଡ, ପରେ ପରେ ସେମି ନ୍ୟୁଡ୍ ଏବଂ ପରେ ନ୍ୟୁଡ୍ ଭିଡିଓ କରାଗଲା । ଏଥିସହ ଶର୍ଲିନ ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ରାଖୀ ସାୱନ୍ତଙ୍କ ବିରୋଧରେ ମଧ୍ୟ ଟିପ୍ପଣୀ ଦେଇଥିଲେ । ସୂଚନା ଥାଉ କି ପର୍ଣ୍ଣୋଗ୍ରାଫି ଭିଡିଓ ମାମଲାରେ ଜୁଲାଇ ୧୯ରୁ ପୋଲିସ୍ କଷ୍ଟଡିରେ ରହିଥିବା ରାଜ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ଫଳରେ ସେ ଜେଲ୍ରେ ରହିବା ନିଶ୍ଚିତ ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ୧୦ ତାରିଖକୁ ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.