fbpx
BSKY
BJD MC SKY
BJD YOUTH SKY

ରେଳଯାତ୍ରୀଙ୍କ ପାଇଁ ଝଟକା! ଏବେ ଟ୍ରେନରେ ମିଳିବ ନାହିଁ ଏହି ବଡ଼ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ଟ୍ରେନ୍ ଯାତ୍ରା ସମୟରେ ଆପଣଙ୍କୁ ମିଳିବ ନାହିଁ ଏକ ବଡ଼ ସୁବିଧା । ତେବେ ଭାରତ ସରକାର ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ୍ ଏବଂ ରେଳ ଷ୍ଟେସନରେ ୱାଇ-ଫାଇ ଯୋଗାଉଛନ୍ତି । ଦେଶର ସମସ୍ତ ରେଳ ଷ୍ଟେସନରେ ୱାଇ-ଫାଇ ସଂଯୋଗକୁ ସୁଗମ କରିବା ପରେ ସରକାର ଘୋଷଣା କରିଥିଲେ ଯେ, ସାରାଦେଶରେ ଚାଲୁଥିବା ଟ୍ରେନରେ ମଧ୍ୟ ମାଗଣା ୱାଇ-ଫାଇ ଯୋଗାଇ ଦିଆଯିବ ।

୨୦୧୯ ମସିହାରେ ପୂର୍ବତନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଥିଲେ ଯେ, ସାଢ଼େ ୪ ବର୍ଷ ମଧ୍ୟରେ ଟ୍ରେନ୍ ମଧ୍ୟରେ ୱାଇ-ଫାଇ ଯୋଗାଇବାକୁ କେନ୍ଦ୍ର ଯୋଜନା କରୁଛି । କିନ୍ତୁ ଏଥିରେ ଅନେକ ଚ୍ୟାଲେଞ୍ଜ ଥିଲା, ଯେଉଁ କାରଣରୁ ଏହାକୁ ଏବେ ରେଳ ପ୍ରକଳ୍ପରୁ ହଟାଇ ଦିଆଯାଇଛି ।

ତେବେ ଏହି ପ୍ରକଳ୍ପକୁ ଭାରତୀୟ ରେଳବାଇ ହଟାଇଦେଇଛି । ପିଟିଆଇର ଏକ ରିପୋର୍ଟ ମୁତାବକ, ଟ୍ରେନରେ ଇଣ୍ଟନନେଟ୍ ସଂଯୋଗ ଯୋଗାଇଦେବା ପ୍ରକଳ୍ପକୁ ବନ୍ଦ କରିଛି ରେଳବାଇ, କାରଣ ଏହା କଷ୍ଟ-ଇଫେକ୍ଟିଭ୍ ନୁହେଁ । ସରକାର ମଧ୍ୟ ସଂସଦରେ ଏହା ନିଶ୍ଚିତ କରିଛନ୍ତି ।

Get real time updates directly on you device, subscribe now.