fbpx

ଆଜିଠାରୁ ୨୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କର ଅନଲାଇନ୍ ସେବା

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ପକ୍ଷରୁ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ୬ଟାରୁ ଆସନ୍ତା କାଲି ରାତି ୧୦ଟା ପର୍ଯ୍ୟନ୍ତ ବ୍ୟାଙ୍କର ଅନଲାଇନ୍ ସେବା ବନ୍ଦ ରହିବ । ୨୮ ଘଣ୍ଟା ପାଇଁ ଏଚଡିଏଫସି ବ୍ୟାଙ୍କର ନେଟ୍ ବ୍ୟାଙ୍କିଂ ଓ ମୋବାଇଲ ବ୍ୟାଙ୍କିଂ ସେବା ବନ୍ଦ ରହିବ । ଯଦି କୌଣସି ଗ୍ରାହକ ଏହି ସମୟରେ ଉପରୋକ୍ତ ସେବା ପାଇବାକୁ ଚାହାନ୍ତି ତେବେ ତାହା ଉପଲବ୍ଧ ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ଏକ ମେଲ୍ ମାଧ୍ୟମରେ କୁହାଯାଇଛି ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କ ସର୍ବଦା ଗ୍ରାହକଙ୍କୁ ଉଚ୍ଚକୋଟୀର ସେବା ପ୍ରଦାନ କରିବା ନେଇ ପ୍ରୟାସ କରି ଆସିଛି । ତେବେ ମେଣ୍ଟେନାନ୍ସ କରିବା କାରଣରୁ ଏହି ବାଧା ଉପୁଜିବ, ଯାହାଫଳରେ ନେଟ ବ୍ୟାଙ୍କିଂ ଓ ମୋବାଇଲଂ ବ୍ୟାଙ୍କିଂ ଆପ୍ କାର୍ଯ୍ୟ କରିବ ନାହିଁ । ଆସନ୍ତା ୧୧ ତାରିଖ ରାତି ୧୨.୩୦ରୁ ସକାଳ ୬.୩୦ ପର୍ଯ୍ୟନ୍ତ ମଧ୍ୟ ଗ୍ରାହକମାନେ କ୍ରେଡିଟ୍ ଓ ଡ୍ରେବିଟ୍ କାର୍ଯ୍ୟ ସମ୍ବନ୍ଧିତ କୌଣସି ସେବା ପାଇ ପାରିବେ ନାହିଁ ବୋଲି କୁହାଯାଇଛି । ଗତ ବର୍ଷ ଏପ୍ରିଲରୁ ଜୁନ ମାସ ମଧ୍ୟରେ ବ୍ୟାଙ୍କର ମୋଟ ଆୟ ୩୪ ହଜାର ୪୫୩ କୋଟି ଥିବା ବେଳେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଁ ୩୬ ହଜାର ୭୭୧ କୋଟିରେ ପହଞ୍ଚିଛି । ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କର ମୋଟ ଏନପିଏ ହାର ବୃଦ୍ଧି ପାଇଁ ୧.୪୭ ପ୍ରତିଶତରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ ୧.୩୬ ପ୍ରତିଶତ ରହିଥିଲା ।

Get real time updates directly on you device, subscribe now.