fbpx

RRB Group D CBT Exam: ଖୁବଶୀଘ୍ର ଜାରି ହେବ Admit Card

ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ଖୁବଶୀଘ୍ର ଗ୍ରୁପ୍ ଡି ଫେଜ୍ ୧ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ । ଏନେଇ ସବିଶେଷ ତଥ୍ୟ www.rrbcdg.gov.in ୱେବସାଇଟ୍ କିମ୍ବା ପ୍ରତ୍ୟେକ ଆଞ୍ଚଳିକ ରେଳ ୱେବସାଇଟରେ ଜାରି କରାଯିବ । ତେବେ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ଓ ଇ-ମେଲରେ ପରୀକ୍ଷା ସମ୍ପର୍କରେ ଜଣାଇ ଦିଆଯିବ ।

ସୂଚନାଯୋଗ୍ୟ ଯେ, କୋଭିଡ-୧୯ କାରଣରୁ ୨୦୨୧ ଜୁନରେ ହେବାକୁ ଥିବା ଗ୍ରପ୍ ଡି ପରୀକ୍ଷା ସ୍ଥଗିତ ରହିଥିଲା । ଗତ ୨୦୨୦ ଡିସେମ୍ବର ମାସରେ ରେଲୱେ ବିଭାଗ ପକ୍ଷରୁ ଗ୍ରୁପ୍ ଡି ପରୀକ୍ଷା ଏନଟିପିସି ପରୀକ୍ଷା ସମାପ୍ତ ହେବା ପରେ ହେବ ବୋଲି କୁହାଯାଇଥିଲା । ଏନଟିପିସି ପରୀକ୍ଷା ୨୦୨୦ ଡିସେମ୍ବର ଠାରୁ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା । ବର୍ତ୍ତମାନ ରେଲୱେ ବୋର୍ଡ ଗ୍ରୁପ ଡି ପରୀକ୍ଷା ନେଇ ସୂଚନା ଜାରି କରିବ । ଆସନ୍ତା ସପ୍ତାହରେ ଏନେଇ ସବିଶେଷ ତଥ୍ୟ ଜଣାପଡ଼ିବ । ସୂଚନା ମୁତାବକ ଚଳିତ ମାସରେ ଗ୍ରୁପ୍ ଡି ପରୀକ୍ଷା ଆରମ୍ଭ ହୋଇପାରେ । ତେବେ ୧୦ ଦିନ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ସହର ଓ ସେଣ୍ଟର ବିଷୟରେ ସୂଚନା ଦିଆଯିବା ସହ ୪ ଦିନ ପୂର୍ବରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ରେଲୱେ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.