fbpx

Go Firstକୁ ବଡ଼ ଝଟକା: ସମସ୍ତ ୫୪ଟି ବିମାନର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ଗୋ ଫାଷ୍ଟ ଏୟରଲାଇନକୁ ଏକ ବଡ଼ ଝଟକା ଲାଗିଛି । ୫୪ଟି ବିମାନର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ବେସାମରିକ ବିମାନ ଚଳାଚଳ ନିୟାମକ ମହାନିର୍ଦ୍ଦେଶକ (ଡିଜିସିଏ) କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏୟାରଲାଇନ ଦ୍ୱାରା ଲିଜରେ ନିଆଯାଇଥିବା ୫୪ଟି ବିମାନର ପଞ୍ଜିକରଣ ଆସନ୍ତା ୫ ଦିନ ମଧ୍ୟରେ ରଦ୍ଦ କରିବାକୁ କୁହାଯାଇଛି । ଏଥିସହିତ ସଙ୍କଟରେ ଫସିଥିବା ଗୋ ଫାଷ୍ଟ ଏୟାରଲାଇନର ଏହି ସମସ୍ତ ବିମାନଗୁଡ଼ିକର ଉଡ଼ାଣ ଉପରେ ମଧ୍ୟ କୋର୍ଟ ରୋକ ଲାଗୁ କରିଛନ୍ତି ।

ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ଡିଜିସିଏକୁ ଆସନ୍ତା ୫ ଦିନ ଭିତରେ ଗୋ ଫାଷ୍ଟ ଦ୍ୱାରା ଲିଜରେ ନିଆଯାଇଥିବା ବିମାନଗୁଡ଼ିକର ରେଜିଷ୍ଟ୍ରେସନ ରଦ୍ଦ କରିବା ପ୍ରକ୍ରିୟା ବଢ଼ାଇବାକୁ ପଡ଼ିବ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଲିଜରେ ନିଆଯାଇଥିବା ବିମାନଗୁଡ଼ିକୁ ଫେରାଇ ଅଣାଯାଇପାରେ । ସୂଚନାଯୋଗ୍ୟ ଯେ, ପେମ୍ବ୍ରୋକ ଏଭିଏସନ, ଏକ୍ସିପିଟର ଇନଭେଷ୍ଟମେଣ୍ଟସ ଏୟାରକ୍ରାଫ୍ଟ ୨, ଇଓଏସ ଏଭିଏସନ ଓ ଏସଏମବିଏସ ଏଭିଏସନ ସମତେ ବିମାନ ଲିଜଧାରୀମାନେ ନିଜର ବିମାନଗୁଡ଼ିକୁ ଫେରି ପାଇବା ପାଇଁ ଅନୁମତି ପାଇବା ପାଇଁ ଗତ ବର୍ଷ ମେ ମାସରେ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ରୋକ କାରଣରୁ ବିମାନଗୁଡ଼ିକୁ ଜରି କରାଯାଇପାରିବ ନାହିଁ ବୋଲି ପ୍ରଥମେ ଡିଜିସିଏ ପକ୍ଷରୁ କୁହାଯାଇଥିଲା । ମାତ୍ର ପରେ ଡିଜିସିଏକୁ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିଥିଲା ।

Get real time updates directly on you device, subscribe now.