fbpx
BSKY
BJD MC SKY
BJD YOUTH SKY

କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଜ୍ୱର:କ’ଣ ମଶା ଦ୍ୱାରା ବ୍ୟାପୁଛି କି ଏହି ବିପଜ୍ଜନକ ରୋଗ ? ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଜ୍ୱର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ରୋଗର ୫ ଟି ମାମଲା ରୁଜୁ ହୋଇଛି । ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ମଣିଷଙ୍କ ନିକଟରେ ବ୍ୟାପିଥାଏ । ଯଦି ରୋଗୀକୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହି ଜ୍ୱର ଏନସେଫାଲାଇଟିସ୍ ହୋଇପାରେ । ଏହି କାରଣରୁ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ । ଗୁରୁତର ଅବସ୍ଥାରେ ଏହି ରୋଗ ମଧ୍ୟ ମୃତ୍ୟୁର କାରଣ ହୋଇପାରେ । ଏପରି ପରିସ୍ଥିତିରେ, ପ୍ରାରମ୍ଭିକ ଲକ୍ଷଣଗୁଡିକର ଚିହ୍ନଟ ଗୁରୁତ୍ୱପୂର୍ଣ୍ଣ । ଆସନ୍ତୁ ଜାଣିବା ୱେଷ୍ଟ ନାଇଲ ଜ୍ୱରର ଲକ୍ଷଣ କ’ଣ ଏବଂ ଏହାକୁ କିପରି ରୋକାଯାଇପାରିବ ।

ଏହି ଜ୍ୱରର ନାମ ୱେଷ୍ଟ ନାଇଲ ଏଥିପାଇଁ ରଖାଯାଇଛି, କାରଣ ଏହି ଭୂତାଣୁ ପ୍ରଥମେ ଉଗାଣ୍ଡାର ୱେଷ୍ଟ ନାଇଲ ଜିଲ୍ଲାରେ ଚିହ୍ନଟ ହୋଇଥିଲା । ଦିଲ୍ଲୀର ରାଜୀବ ଗାନ୍ଧୀ ଡାକ୍ତରଖାନାର ଡାକ୍ତର ଅଜିତ କୁମାର କହିଛନ୍ତି ଯେ ୱେଷ୍ଟ ନାଇଲ ଏକ ନୂଆ ରୋଗ ନୁହେଁ । ଏହାର ମାମଲା ଦୁନିଆରେ ସାମ୍ନାକୁ ଆସୁଛି । ଏବେ କେରଳରେ ମାମଲା ରୁଜୁ ହୋଇଛି, କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଫ୍ଲୁ ସହିତ ସମାନ । ସଂକ୍ରମିତ ରୋଗୀ ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଝାଡ଼ା, ଗଳା ଯନ୍ତ୍ରଣା ଏବଂ ଶରୀରରେ ଘା ’ଭଳି ରୋଗରେ ପୀଡିତ ହେବେ । ୱେଷ୍ଟ ନାଇଲ ଜ୍ୱର ସୃଷ୍ଟି କରୁଥିବା ଜୀବାଣୁ ହେଉଛି ଏକ ଆରଏନଏ ଭାଇରସ୍ । ଏହିିଭଳି ଭାଇରସ୍ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ସୃଷ୍ଟି କରନ୍ତି ।

ଏହି ଭାଇରସ୍ ମଶାଠାରୁ ମଣିଷକୁ ବ୍ୟାପିଥାଏ:-
ୱେଷ୍ଟ ନାଇଲ ଜ୍ୱରର ଭାଇରସ୍ ମଶାଠାରୁ ମଣିଷକୁ ବ୍ୟାପିଥାଏ । ସଂକ୍ରମିତ ପକ୍ଷୀମାନଙ୍କଠାରୁ ଏହି ଭାଇରସ୍ ମଶାମାନଙ୍କୁ ସଂକ୍ରମିତ ହୁଏ । ଏହି ଭାଇରସ୍ ପକ୍ଷୀରୁ ମଶାକୁ ଯିବା ପରେ ଏହା ଶରୀରରେ ବଢ଼ିବାରେ ଲାଗିଥାଏ । ଯଦି ସଂକ୍ରମିତ ମଶା ଜଣକୁ କାମୁଡ଼େ, ତେବେ ଭାଇରସ୍ ତାଙ୍କୁ ସ୍ଥାନାନ୍ତରିତ ହୁଏ । ଯେଉଁ କାରଣରୁ ଏହି ଭାଇରସ୍ ମଣିଷ ଶରୀରରେ ପ୍ରବେଶ କରେ । ଏଥିରେ ସଂକ୍ରମିତ ହେବା ପରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ । ଗୁରୁତର ଅବସ୍ଥାରେ ଏହି ଜ୍ୱର ପାରାଲିସିସ୍ ଏବଂ ମେନିଞ୍ଜାଇଟିସ୍ ମଧ୍ୟ ହୋଇପାରେ । ତଥାପି ଏହି ଜ୍ୱରର ଗମ୍ଭୀର ଲକ୍ଷଣ କେବଳ ୧ ପ୍ରତିଶତ ରୋଗୀମାନଙ୍କଠାରେ ଦେଖାଯାଏ, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଏବଂ ପୂର୍ବରୁ କିଛି ଗମ୍ଭୀର ରୋଗ ଅଛି, ତେବେ ସେମାନଙ୍କର ଏହି ଜ୍ୱରରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ । ଏହିପରି ଲୋକଙ୍କୁ ବିଶେଷ ଯତ୍ନ ନେବା ଆବଶ୍ୟକ ।

କିପରି ବର୍ତ୍ତିବେ :-

-ଘର ଚାରିପାଖରେ ମଶା ପ୍ରଜନନ କରିବାକୁ ଦିଅନ୍ତୁ ନାହିଁ ।
-ଯଦି ଆପଣ ବାହାରକୁ ଯାଉଛନ୍ତି, ପୁରା ହାତ ଘୋଢ଼େଇ ହେଉଥିବା ପୋଷାକ ପିନ୍ଧନ୍ତୁ ।
-ଯଦି ଫ୍ଲୁ ଲକ୍ଷଣ ଦେଖାଯାଏ, ତେବେ ଡାକ୍ତରଙ୍କଠାରୁ ଚିକିତ୍ସା ନିଅନ୍ତୁ ।
-ଘର ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ ।

 

Get real time updates directly on you device, subscribe now.