fbpx

AICTE ଲଞ୍ଚ କଲା କ୍ୟାରିୟର ପୋର୍ଟାଲ: ଉପକୃତ ହେବେ ୩୦ ଲକ୍ଷ ଛାତ୍ରଛାତ୍ରୀ, ବହୁରାଷ୍ଟ୍ରୀୟ କମ୍ପାନୀ ସହ ସିଧାସଳଖ ସମ୍ପର୍କ ରଖିବା ସମ୍ଭବ ହେବ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ତରଫରୁ କ୍ୟାରିୟର ପୋର୍ଟାଲ ଲଞ୍ଚ କରାଯାଇଛି । ଅପନା.କମ ସହ ମିଶି ଏହି ପୋର୍ଟାଲ ଲଞ୍ଚ କରାଯାଇଛି । ଦେଶ ଓ ବିଦେଶରେ ନିଯୁକ୍ତି ସୁବିଧା, ଏଆଇ ରିଜ୍ୟୁମ୍ ତିଆରି କରିବା, ବଡ଼ ବଡ଼ କମ୍ପାନୀମାନଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବା ଆଦି ସମ୍ଭବ ହୋଇ ପାରିବ । ଏଥିସହିତ ସିଲିକନ ଭ୍ୟାଲେ ଇମର୍ସନ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବା କ୍ଷେତ୍ରରେ ଏହି ପୋର୍ଟାଲ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ ।

ଏହି ପୋର୍ଟାଲ ଆରମ୍ଭ ହେବା ଫଳରେ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଇଣ୍ଟର୍ଣ୍ଣଶିପ୍ ସୁବିଧା ମିଳିପାରିବ । ‘ଏଆଇସିଟିଇ କ୍ୟାରିୟର ପୋର୍ଟାଲ’ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ । ୧୨ ହଜାରରୁ ଅଧିକ କଲେଜର ଛାତ୍ରଛାତ୍ରୀଙ୍କୁ ଚାକିରି ପ୍ରଦାନ କ୍ଷେତ୍ରରେ ସହାୟତା ଯୋଗାଇବା ଏହାର ଲକ୍ଷ୍ୟ । ଏହି ପୋର୍ଟାଲ ଲଞ୍ଚ ଅବସରରେ ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଟି.ଜି ସିଥାରାମ, ଉପାଧ୍ୟକ୍ଷ ଡ. ଅୟ ଜେରେ, ସଦସ୍ୟ ସଚିବ ପ୍ରଫେସର ରାଜୀବେ କୁମାର ଓ ଅପନା.କୋ’ର ପ୍ରତିଷ୍ଠାତା ଓ ସିଇଓ ନିମ୍ରିତ ପାରିଖ ଉପସ୍ଥିତ ଥିଲେ । ଏଆଇସିଟିଇର ନୂଆଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଏହି ପୋର୍ଟାଲ ଲଞ୍ଚ କରାଯାଇଥିଲା । ଦେଶର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର କ୍ଷେତ୍ରରେ ଏକ ବଡ଼ ସୁଯୋଗ ପ୍ରଦାନ ନେଇ ଏହାର ଲକ୍ଷ୍ୟ ରହିଛି ।

Get real time updates directly on you device, subscribe now.