fbpx

ହଠାତ୍ ମଞ୍ଚରେ କାହିଁକି ଅଚେତ ହୋଇଗଲେ ନୀତିନ ଗଡ଼କରୀ? ଅତ୍ୟଧିକ ଗରମ, B.P. ନା ଅନ୍ୟ କିଛି…

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଖରାପ ହେବା କାରଣରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବୁଧବାର (ଏପ୍ରିଲ ୨୪, ୨୦୨୪) ଏକ ନିର୍ବାଚନୀ ରାଲିରେ ଅଚେତ ହୋଇଯାଇଥିଲେ। ମହାରାଷ୍ଟ୍ରର ୟବତମାଲରେ ମହାୟୁତି ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରିବା ପାଇଁ ନିର୍ବାଚନୀ ଭାଷଣ ଦେବା ବେଳେ ନୀତିନ ଗଡକରୀ ମୁଣ୍ଡ ବିନ୍ଧାର ଶିକାର ହୋଇଥିଲେ। ଏହାପରେ ସେ ମଞ୍ଚ ଉପରେ ପଡ଼ିଯାଇଥିଲେ। ବିଜେପି ନେତା ନୀତିନ ଗଡକରୀ ଅଚେତ ହେବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଗଡକରୀ ଖସିପଡ଼ିବା ପରେ କିଛି ଲୋକ ତାଙ୍କୁ ଧରିଥିବା ଦେଖିବାକୁ ମିଳୁଛି।

କିଛି ସମୟ ପରେ ସେ କହିଥିଲେ ଯେ ବଢୁଥିବା ଗରମ କାରଣରୁ ଏହା ଘଟିଛି, କିନ୍ତୁ ମୁଁ ବର୍ତ୍ତମାନ ସୁସ୍ଥ ଅଛି। ନିତିନ ଗଡକରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମହାରାଷ୍ଟ୍ରର ପୁସାଦରେ ରାଲି ସମୟରେ ମୁଁ ଗରମ କାରଣରୁ ଅସହଜ ଅନୁଭବ କଲି, କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ପରବର୍ତ୍ତୀ ବୈଠକରେ ଯୋଗ ଦେବା ପାଇଁ ୱାରୁଦ ଅଭିମୁଖେ ଯାତ୍ରା କରୁଛି । ଆପଣଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ।

ବାସ୍ତବରେ ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ ନିକଟରେ ଏପ୍ରିଲ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ତେବେ ନିତିନ ଗଡକରୀ ନାଗପୁରରୁ ନିର୍ବାଚନ ଲଢୁଛନ୍ତି ଏବଂ ଏଠାରେ ମତଦାନ ହୋଇଛି। ଏଭଳି ସ୍ଥିତିରେ ଗଡ଼କରୀ ବିଭିନ୍ନ ସ୍ଥାନକୁ ଯାଇ ବିଜେପି ନେତୃତ୍ୱାଧୀନ ଏନ୍ ଡିଏରେ ସାମିଲ ଥିବା ଦଳର ନେତାଙ୍କ ପାଇଁ ପ୍ରଚାର କରୁଛନ୍ତି।

Get real time updates directly on you device, subscribe now.