fbpx

ଲାରାଙ୍କ ଅଣ୍ଟାକୁ ଚିମୁଡି ଦେଲେ କେହି ଅଜଣା ବ୍ୟକ୍ତି, ରାଗିଯାଇ ଅଭିନେତ୍ରୀ କରିଥିଲେ ଏପରି..

ଓଡ଼ିଶା ଭାସ୍କର: ଲାରା ଦତ୍ତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପରିଚିତ ଚେହେରା । ସେ ଏକ ସାକ୍ଷାତକାରରେ ନିଜ ବିଷୟରେ କିଛି ରୋଚକ କଥା ଶୁଣାଇଛନ୍ତି । ସେ କହିଛନ୍ତି ଏକଦା ଭିଡ ଭିତରେ ଜଣେ ବ୍ୟକ୍ତି ତାଙ୍କୁ ଭୁଲ୍ ତରିକାରେ ସ୍ପର୍ଶ କରିଥିଲା । ଏହା ସେହି ସମୟର କଥା ଯେତେବେଳେ ଲାରା ତାଙ୍କ ଫିଲ୍ମ ‘ଅନ୍ଦାଜ’ର ମ୍ୟୁଜିକ୍ ଲଞ୍ଚ ଇଭେଣ୍ଟରେ ଯାଇଥିଲେ । ତାଙ୍କ ସହ ଏହି ସମୟରେ ପ୍ରିୟଙ୍କା ଚୋପ୍ରା ଓ ଅକ୍ଷୟ କୁମାର ବି ଥିଲେ ।

ଲାରା କହିଛନ୍ତି , ଏହି ସମୟରେ ଆମେ ଦିଲ୍ଲୀର ଚାନ୍ଦିନୀ ଚୌକରେ ଥିଲୁ । ସେଠାରେ ରିଦିମ ହାଉସ୍ ନାମରେ ଏକ ସ୍ଥାନ ରହିଛି । ଏଠାରେ ଆମର ମ୍ୟୁଜିକ୍ ଲଞ୍ଚ ହେଉଥିଲା । ଏହି ସମୟରେ ମୁଁ ଶାଢୀ ପିନ୍ଧିଥିଲି । ଏହିଦିନ ଭେନ୍ୟୁ ବାହାରେ ବହୁତ ଭିଡ ହୋଇଥିଲା । ଅକ୍ଷୟ କୁମାରଙ୍କ ସହ ମିସ୍ ୱାର୍ଲ୍ଡ ପ୍ରିୟଙ୍କା ଚୋପ୍ରା ଓ ମିସ୍ ୟୁନିଭର୍ସ ଲାରା ଦତ୍ତଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ରହିଥିଲା । ଭିଡର ଫାଇଦା ନେଇ କେହି ଜଣେ ଅଜଣା ବ୍ୟକ୍ତି ମୋ ଅଣ୍ଟାକୁ ଚିମୁଡି ଦେଇଥିଲା । ମୋତେ ଏହା ଅନୁଭବ ହେବା ପରେ ମୁଁ ତା’ ହାତକୁ ଧରି ନେଇଥିଲି ଓ ତାକୁ ଭିଡି ଭିଡି ଭିଡ ଭିତରୁ ବାହାରକୁ ନେଇ ଆସିଥିଲି । ଏହାପରେ ସେ ଭୟରେ ତଳେ ଗଡିଯାଇଥିଲା କିନ୍ତୁ ମୁଁ ତାକୁ ପିଟିବାରେ ଲାଗିଥିଲି ।

ଲାରା କହିଛନ୍ତି, ମୁଁ ଏହି ସମୟରେ ଶାଢୀ ପିନ୍ଧିଥିଲେ ବି ସେହି ବ୍ୟକ୍ତିକୁ ଜୋରଦାର ପିଟିଥିଲି । ମୋର ଏପରି ରାଗ ଦେଖି ଅକ୍ଷୟ କୁମାର ବ୍ୟସ୍ତ ହୋଇପଡିଥିଲେ ଓ ମୋତେ ସେଠାରୁ ଟାଣି ଟାଣି ନେଇଯାଇଥିଲେ । ଲାରା କହିଛନ୍ତି ସେ ନିଜକୁ କେବେ ବି ଦୂର୍ବଳ ବୋଲି ଭାବି ନାହାନ୍ତି । ମାତ୍ର ୧୭ ବର୍ଷ ବୟସରୁ ସେ ଘରୁ ଆସି ମୁମ୍ବାଇରେ ଏକା ରହୁଥିଲେ ।

Get real time updates directly on you device, subscribe now.