fbpx

ଡଙ୍ଗାରେ ଆସିଲେ ଭୋଟ ଦେଲେ; ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସାମିଲ ହେଲେ ତ୍ରିପୁରାର ବ୍ରୁ ଶରଣାର୍ଥୀ

ଅଗରତାଲା: ତ୍ରିପୁରା ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବ୍ରୁ ଭୋଟରମାନେ ଶୁକ୍ରବାର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ପୂର୍ବରୁ ସେ ଗତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ୍ ଦେଇଥିଲେ। ବ୍ରୁ ପ୍ରବାସୀମାନେ ୨୦୨୦ ପର୍ଯ୍ୟନ୍ତ ଉତ୍ତର ତ୍ରିପୁରା ଜିଲ୍ଲାର ୬ଟି ରିଲିଫ୍ କ୍ୟାମ୍ପରେ ରହୁଥିଲେ। କିନ୍ତୁ ଏବେ ରାଜ୍ୟର ୧୨ଟି ସ୍ଥାନରେ ସେମାନଙ୍କୁ ସ୍ଥାୟୀ ସ୍ଥାନ ମିଳିଛି।

ସକାଳୁ ବ୍ରୁ ସମ୍ପ୍ରଦାୟର ବହୁ ସଂଖ୍ୟାରେ ଯୋଗ୍ୟ ଭୋଟର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଗୋମତୀ ଜିଲ୍ଲା ଅନ୍ତର୍ଗତ ତୀର୍ଥମୁଖ ଅଞ୍ଚଳର ଗୋଏନାଙ୍ଗ ପଡ଼ା ମତଦାନ କେନ୍ଦ୍ରରେ ଶତାଧିକ ବ୍ରୁ ଭୋଟର ମତଦାନ କରିଥିଲେ। ଭୋଟ୍ ଦେବା ପରେ ବ୍ରୁ ସମ୍ପ୍ରଦାୟର ଜଣେ ଭୋଟର କହିଛନ୍ତି, ତ୍ରିପୁରାର ସାଂସଦ ନିର୍ବାଚନରେ ଆମେ କେବେ ଭୋଟ୍ ଦେଇନଥିଲୁ। ଗଣତାନ୍ତ୍ରିକ ଅଭ୍ୟାସରେ ଅଂଶଗ୍ରହଣ କରି ଆମେ ବହୁତ ଖୁସି । ଏହି ସ୍ବତନ୍ତ୍ର ମତଦାନ କେନ୍ଦ୍ରରେ ମୋଟ ଭୋଟର ଙ୍କ ସଂଖ୍ୟା ୬୦୯ ରହିଛି।

ତ୍ରିପୁରାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ମୋଟ ଯୋଗ୍ୟ ବ୍ରୁ ଭୋଟରଙ୍କ ସଂଖ୍ୟା ୧୭,୫୨୪। ଏମାନଙ୍କ ମଧ୍ୟରୁ ପୂର୍ବ ତ୍ରିପୁରାର ଭୋଟର ତାଲିକାରେ ୧୬,୩୦୦ ଭୋଟର ପଞ୍ଜୀକୃତ ହୋଇଛନ୍ତି। ବାକିମାନେ ଏପ୍ରିଲ ୧୯ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ମତଦାନ କରିଥିଲେ। ତ୍ରିପୁରାରେ ଧଲାଇ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ଭୋଟରମାନେ ଡଙ୍ଗା ଯୋଗେ ଭୋଟ୍ ଦେବାକୁ ଆସିଥିଲେ। ନିର୍ବାଚନ ଆୟୋଗ ମଧ୍ୟ ଇଣ୍ଟରନେଟ ମିଡିଆରେ ସେମାନଙ୍କ ର ଫଟୋ ଶେୟାର କରିଛନ୍ତି ।

Get real time updates directly on you device, subscribe now.