fbpx

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଥିଲା । ମେ ୧୩ରୁ ଓଡ଼ିଶାରେ ୪ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ନେତାମାନେ ଦଳ ବଦଳ କରୁଥିବା ଦେଖାଯାଉଛି । ବିଭିନ୍ନ ଦଳରୁ ଟିକେଟ ପାଇବା ପରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।

ତେବେ ଏହା ମଧ୍ୟରେ ରାଜ୍ୟ କଂଗ୍ରେସରୁ ଆସିଛି ଏକ ବଡ଼ ଖବର । ଖୋର୍ଦ୍ଧର୍ା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ରାଜୀବ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟଙ୍କ ରାଜୀବଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଏନେଇ ରାଜୀବଙ୍କୁ ଦଳର ବହୁ ବରିଷ୍ଠ ନେତା ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.