fbpx

ଲୋକେ ଭୁଲି ଗଲେଣି ଫୁଟି କାକୁଡ଼ିର ସ୍ୱାଦ; ଆଉ ବିଲ-ବାଡ଼ିରେ ଫାଟି ବାସୁନି କି ହାଟ-ବଜାରକୁ ଆସୁନି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରି କରଣ ଭିତରେ ହଜିଗଲାଣି ଗାଉଁଲି ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି ମଣିଷ । ଏହାରି ଭିତରେ କେତେ ଯେ ପିଢି ଗଲେଣି ତାହାର କିଛି ହିସାବ ନାହିଁ । ହେଲେ ଆଜିବି ବଞ୍ଚି ରହିଛି କିଛି ସେମାନଙ୍କ ଦ୍ୱାରା ଆଦୃତ ହୋଇଥିବା କେତେକ ଖାଦ୍ୟ । ସେ ରନ୍ଧା ଖାଦ୍ୟ ହେଉ କି କଞ୍ଚା ଫଳ-ପରିବା । ହେଲେ କେତେବେଳେ ଯେ ଏସବୁ ମଣିଷ ଭୁଲି ଗଲେଣି ତାହା ବି ଜଣା ନାହିଁ । ଏବେତ ଯୁଗ ସହିତ ତାଳ ଦେଇ ବଞ୍ଚିବାକୁ ପଡ଼ିବ । ପୂର୍ବର ଖାଦ୍ୟକୁ କିଏ ପଚାରେ । ଦିନ ଥିଲା ଚୂଡ଼ା, ମୁଢ଼ି,ଉଖୁଡ଼ା,ଛେନା, ଗୁଡ଼କୁ ସବୁ ଜଳଖିଆରେ ଖାଉ ଥିଲେ । ହେଲେ ଏବେତ, ପିଲାଙ୍କ କଥା ଛାଡ଼ ବୁଢ଼ା-ବୁଢୀ ବି ଆଉ ଏସବୁ ଖାଇବାକୁ ପସନ୍ଦ କରୁନାହାନ୍ତି । ନାତି-ନାତୁଣିଙ୍କ ସହ ମିଶି ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗରର ମଜା ନେଉଛନ୍ତି । ତେବେ ଏସବୁ ଭିତରେ ଫୁଟି କାକୁଡ଼ି ତାର ପରିଚୟ ହଜାଇ ଦେଲାଣି । ଖରାଦିନ ଆସିଲେ ଆଉ ମହକୁନି ଫୁଟି କାକୁଡ଼ି।

ବର୍ତ୍ତମାନ ଗ୍ରୀଷ୍ମ ଋତୁ, ଅସହ୍ୟ ତାତିରେ କଲବଲ ହେଉଛନ୍ତି ସବୁ । ଗରମରୁ ଟିକିଏ ତ୍ରାହି ପାଇବା ପାଇଁ କିଏ କେତେ ପ୍ରକାରର ଉପାୟ କରୁଛନ୍ତି । ଏହି ଗ୍ରୀଷ୍ମ ପ୍ରବାହରୁ ନିଜକୁ ରକ୍ଷା କରିବା ସହିତ ସୁସ୍ଥ ରଖିବା ପାଇଁ ବିଭିନ୍ନ ଫଳର ଅନେକ ଆବଶ୍ୟକତା ଶରୀର ପାଇଁ ରହିଛି । ସେହି ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ଫୁଟି କାକୁଡି । କିଛିଟା ବିଶେଷ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଗ୍ରୀଷ୍ମଋତୁରେ ଏହି ଫୁଟି କାକୁଡି ଆମର ଶରୀର ପାଇଁ ଉପଯୋଗୀ ଅଟେ । ଏଥିରେ ୯୫ ପ୍ରତିଶତ ପାଣି ଓ ମିନେରାଲସ ରହିଛି । ଏହା ଶରୀରକୁ ଥଣ୍ଡା ରଖିବା ସହିତ ଅଧିକାଂଶ ରୋଗରୁ ମଧ୍ୟ ଦୁରେଇ ରଖିଥାଏ । ଆସନ୍ତୁ ଜାଣିବା ଫୁଟି କାକୁଡ଼ିର ହିତକର ଗୁଣ ବିଷୟରେ ।

ଡାକ୍ତରୀ ଗବେଷଣାରୁ ଜଣା ପଡିଛି ଯେ ଫୁଟି କାକୁଡି ଖାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ମିଳିଥାଏ । କାରଣ ଏଥିରେ ରହିଛି ପ୍ରଚୁର ପରିମାଣରେ ସୁପର ଅକ୍ସାଇଡ ଡ଼ିସ ମ୍ୟୁଟେଜ ଏଞ୍ଜାଇମ ,ଯାହା ଦୁଶ୍ଚିନ୍ତାକୁ କମ କରିବା ସହିତ ସକାରାତ୍ମକ ଭାବରେ ଶରୀର ପାଇଁ ଲାଭ ଦାୟକ ଅଟେ । ଫୁଟି କାକୁଡି ପାଚନ ତନ୍ତ୍ର ପାଇଁ ଅତ୍ୟନ୍ତ ହିତକର । ବିଶେଷଜ୍ଞ ମାନଙ୍କ ମତରେ ଏଥିରେ ଫାଇବର ଅଧିକ ପରିମାଣରେ ରହିଥିବା ହେତୁ ପାଚନ ପ୍ରକ୍ରିୟା ପାଇଁ ଲାଭ ଦାୟକ । ଗ୍ରୀଷ୍ମ ଋତୁରେ ଶରୀରକୁ ଡି ହାଇଡ୍ରେସନ ରୁ ରକ୍ଷା କରିଥାଏ । ଏସିଡ଼ିଟି ଓ ଗ୍ୟାସ ସମସ୍ୟାରୁ ରକ୍ଷା କରିଥାଏ । ଏକ ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ ଖରଭୁଜ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ । ଏଥିରେ ବିଟା କେରୋଟିନ ରହିଥିବା କାରଣରୁ ଏହା ହୃଦୟ ପାଇଁ ଅତି ଆବଶ୍ୟକ ଏବଂ ଏଥିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ତତ୍ୱ ହୃତ୍ପିଣ୍ଡର ଠିକ ଭାବରେ ରକ୍ତ ସଞ୍ଚାଳନ କରିଥାଏ ।
ଶାରୀରିକ ଓ ମାନସିକ ଚିନ୍ତା ନିଦ୍ରା ହୀନତାର କାରଣ ଅଟେ । ଅନିଦ୍ରା ଦୋଷ କୌଣସି ଗମ୍ଭୀର ରୋଗର କାରଣ ଅଟେ । ଏଥିରେ ଥିବା ଏଞ୍ଜାଇମ ନିଦ ପାଇଁ ଅତି ଲାଭ ଦିଏ । ତେଣୁ ନିଦ୍ରା ହୀନତା ରୋଗର ଶିକାର ହେଉଥିବା ବ୍ୟକ୍ତିମାନେ ଖରଭୁଜ ଖାଇବା ଆବଶ୍ୟକ । କିଡ୍ନୀ ଜନିତ ସମସ୍ୟା ପାଇଁ ଖରଭୁଜ ଅତି ଫଳପ୍ରଦ । ଏଥିରେ ସାଇଟ୍ରେଟ ଓ କ୍ୟାଲସିୟମ ରହିଛି , ଯାହା ଅକ୍ସୀ ଲାଇଟ କ୍ରିଷ୍ଟାଲ କୁ ବଢ଼ିବାରୁ ଅଟକାଇ ଥାଏ । କେତେକ ଲୋକଙ୍କ ପରିସ୍ରାରେ ସାଇଟ୍ରେଟ କମ ରହିଥାଏ ,ସେହି ମାନଙ୍କୁ ସାଇ ଟ୍ରିକ ଏସିଡ ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ । ଯାହା କିଡ୍ନୀ ସମସ୍ୟା ସହିତ ଷ୍ଟୋନ ହେବାରୁ ମଧ୍ୟ ରକ୍ଷା କରିଥାଏ ।

Get real time updates directly on you device, subscribe now.