fbpx

ସନ୍ଦେଶଖାଲିରେ ବଡ଼ ଧରଣର ରେଡ୍; ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା CBI, ବୋମା ନିଷ୍କ୍ରିୟ କରିବାକୁ ପହଞ୍ଚିଲା NSG

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶ ପୁଣି ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ଦିନ ସିବିଆଇ ଶେଖ ଶାହାଜାହାନଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ କରିଥିଲା। ସେଠାରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ଏକ ବୋମା ସ୍କ୍ୱାଡ୍ ଟିମ୍ ନିୟୋଜିତ ହୋଇଥିଲା। ସନ୍ଦେଶଖାଲିର ଏହି ସଦ୍ୟତମ ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି।

ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ଗୃହମନ୍ତ୍ରୀ ଏବଂ ଯେଭଳି ଏତେ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ମିଳିଛି, ତାହା ଦେଶ ବିରୋଧରେ ଯୁଦ୍ଧ କରିବାକୁ ଏକ ଷଡ଼ଯନ୍ତ୍ର ପରି। ସନ୍ଦେଶଖାଲିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସିବିଆଇ ବିଦେଶୀ ପିସ୍ତଲ ସମେତ ଅସ୍ତ୍ରଶସ୍ତ୍ର ଜବତ କରିଛି। ୧୨ଟି ବନ୍ଧୁକ ଜବତ କରାଯାଇଛି। ପୂର୍ବତନ ତୃଣମୂଳ କଂଗ୍ରେସ ନେତା ଶାହଜାହାନ ଶେଖଙ୍କ ସମର୍ଥକଙ୍କ ଦ୍ୱାରା ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ସହ ଏହି ସର୍ଚ୍ଚ ଅପରେସନ ଜଡ଼ିତ ବୋଲି ଅଧିକାରୀମାନେ କହିଛନ୍ତି।

ଜାନୁଆରି ୫ ତାରିଖରେ ରାସନ ଦୁର୍ନୀତି ମାମଲାରେ ଶେଖଙ୍କ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା। ସନ୍ଦେଶଖାଲିରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିବା ସିବିଆଇ ଜାଣିବାକୁ ପାଇଛି। ଏହାପରେ ଶୁକ୍ରବାର ସକାଳେ ସିବିଆଇ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା, ଯେଉଁଠାରୁ ଅସ୍ତ୍ରଶସ୍ତ୍ର ସହ ଜବତ ବୋମାକୁ ନିଷ୍କ୍ରିୟ କରିବା ପାଇଁ ଏନଏସଜି ଟିମ୍ ମୁତୟନ କରାଯାଇଥିଲା।

 

Get real time updates directly on you device, subscribe now.