fbpx

ଭୁବନେଶ୍ୱରରେ ଖୋଲିପାରେ ଧର୍ମାନୁଷ୍ଠାନ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୩ରେ ଭୁବନେଶ୍ୱରରେ ଖୋଲିପାରେ ସମସ୍ତ ଧର୍ମାନୁଷ୍ଠାନ । ବିଏମସିକୁ ବିଭିନ୍ନ ଧର୍ମାନୁଷ୍ଠାନ କର୍ମକର୍ତ୍ତାକଙ୍କ ପ୍ରସ୍ତାବ । ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବିଏମସିର ଆଲୋଚନା । ଚୂଡାନ୍ତ ନିଷ୍ପତ୍ତି ଉପରେ ଏକ ଆଭ୍ୟନ୍ତରୀଣ ବୈଠକ ବସିବା ନେଇ କହିଛନ୍ତି ବିଏମସି କମିସନର । କୋଭିଡ୍ ସ୍ଥିତି ଓ ଆଜିର ବୈଠକର ମତାମତକୁ ନେଇ ନିଆଯିବ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂ ।

ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ସାରା ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ କରୋନା ସଂକ୍ରମଣରେ ହ୍ରାସ ପରେ ରାଜ୍ୟ ସରକାର ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.