fbpx

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ସିଲ୍

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା କାଳରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେବି କଟକଣା ଜାରି ରଖିଛି ପ୍ରଶାସନ । କିନ୍ତୁ କିଛି ଲୋକଙ୍କ ଅମାନିଆ ମନୋବୃତ୍ତି ଯୋଗୁଁ କରୋନା ପୁଣି କଡ଼ ଲେଉଟିବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟ ସିଲ୍ ହୋଇଛି । ମାଛ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ସାପ୍ତାହାନ୍ତ ସଟଡାଉନ ସମୟରେ ବି ଖୋଲା ରହିଥିବାରୁ ବିଏମସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି ।

ତେବେ କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ଅଭିଯୋଗରେ ୪ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇଛି । ଆଗରୁ ଜୁନ ମାସରେ ୧୫ ଦିନ ପାଇଁ ସିଲ କରିଥିଲା । ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦେଇଥିଲା ବିଏମ । ହେଲେ ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା । ମାର୍କେଟ ସିଲ୍ କରିବା ସହ ଦୋକାନୀ ଓ ଗୋଦାମ ମାଲିକଙ୍କ ଉପରେ ମୋଟା ଅଙ୍କର ଫାଇନ ଲଗାଇଛି ବିଏମସି । ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚଢ଼ାଉ କରିଥିବା ଜଣାପଡିଛି ।

Get real time updates directly on you device, subscribe now.