fbpx

ପେଟ୍ରୋଲ-ଡିଜେଲର ଅଭାବ : ବାଇକରେ ୫ ତ’ କାରରେ ୧୦

ନୂଆଦିଲ୍ଲୀ: ଆସାମ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ଜାତୀୟ ରାଜମାର୍ଗ-୩୦୬ରେ ଇନ୍ଧନ ନେଇଯାଉଥିବା ଟ୍ୟାଙ୍କର ସହିତ ଯାନବାହନ ଚଳାଚଳ ବନ୍ଦ ହେବା କାରଣରୁ ମିଜୋରାମରେ ପେଟ୍ରୋଲ-ଡିଜେଲର ଅଭାବ ଦେଖାଦେଉଛି । ଏହି ସଙ୍କଟରୁ ମୁକୁଳିବା ପାଇଁ ମିଜୋରାମ ସରକାର ଯାନବାହନ ପାଇଁ ଇନ୍ଧନର ପରିମାଣ ସ୍ଥିର କରିଛନ୍ତି ।

ମିଜୋରାମର ଖାଦ୍ୟ, ନାଗରିକ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ଏକ ନିର୍ଦ୍ଦେଶ ଜାରି କରି କୁହାଯାଇଛି ଯେ, ଅନ୍ତର୍ଜାତୀୟ ସୀମା ବିବାଦ କାରଣରୁ ରାଜ୍ୟରେ ଇନ୍ଧନ ଅଭାବର ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଆସାମର ରାସ୍ତା ଦେଇ ମିଜୋରାମରେ ଇନ୍ଧନ ପହଞ୍ଚିଥାଏ ।

ମିଜୋରାମ ସରକାର ସମସ୍ତ ଫିଲିଂ ଷ୍ଟେସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଯାନ ପାଇଁ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ପେଟ୍ରୋଲ ଏବଂ ଡିଜେଲ ଦିଅନ୍ତୁ ନାହିଁ । କେବଳ ଫିଲିଂ ଷ୍ଟେସନ ଯାଇ ଗାଡିରେ ପେଟ୍ରୋଲ ଏବଂ ଡିଜେଲ ଭରାଯାଇପାରିବ । ପାତ୍ର କିମ୍ବା ଗ୍ୟାଲନ୍ ବ୍ୟାରେଲରେ ଇନ୍ଧନ ନେବା ନିଷେଧ ।

ଏହା ବ୍ୟତୀତ ସରକାର ଦେଇଥିବା ଆଦେଶରେ କୁହାଯାଇଛି ଯେ, ସ୍କୁଟର ପାଇଁ ସର୍ବାଧିକ ୩ ଲିଟର ଏବଂ ଅନ୍ୟ ଦୁଇ ଚକିଆ ଯାନ ପାଇଁ ୫ ଲିଟର ଥିବାବେଳେ କାର ପାଇଁ ୧୦ ଲିଟର ସ୍ଥିର କରାଯାଇଛି । ଏହା ସହ ଭାରୀ ମୋଟର ଯାନ ପାଇଁ ଏକ ସମୟରେ କିଣାଯାଇଥିବା ଇନ୍ଧନର ପରିମାଣ ୫୦ ଲିଟରରେ ସ୍ଥିର ହୋଇଥିବାବେଳେ ମଧ୍ୟମ ମୋଟର ଯାନ ପାଇଁ ୨୦ ଲିଟର ପର୍ଯ୍ୟନ୍ତ ଲିମିଟ ସ୍ଥିର କରାଯାଇଛି ।

Get real time updates directly on you device, subscribe now.