fbpx

ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଶିଶୁ ଜୀବନ୍ତଦଗ୍ଧ

ଆଜମଗଡ଼: ଉତ୍ତରପ୍ରଦେଶର ଆଜାମଗଡରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା କାରଣରୁ ଏକ ପରିବାରରେ ଭୟଙ୍କର ଦୁର୍ଘଟଣା ଘଟିଛି । ନିଆଁରେ ପୋଡିହୋଇ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ, ଇମାମଗଡ ଗ୍ରାମରେ ମାଧୁରୀ ନାମକ ଜଣେ ମହିଳା ରବିବାର ଦିନ ଗ୍ୟାସ ଚୁଲିରେ ରୋଷେଇ କରୁଥିଲେ । ଚୁଲାରେ ଖାଇବା ରଖି ମହିଳା ଜଣକ ପାଣି ପାଇବାକୁ ଘର ବାହାରକୁ ଯାଇଥିଲେ । ସେହି ସମୟରେ ଗ୍ୟାସ ପାଇପରେ ଲିକେଜ୍ ଫଳରେ ନିଆଁ ଲାଗିଯାଇଥିଲା । ସେ ରୁମରେ ମହିଳାଙ୍କ ୩ ଝିଅ ଥିଲେ, ଯେଉଁମାନେ ନିଆଁର ଶିକାର ହୋଇଥିଲେ । ଲୋକମାନେ ନିଆଁକୁ ଆୟତ୍ତ କରି ୩ ଝିଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Get real time updates directly on you device, subscribe now.